STORYMIRROR

Trushna Das

Tragedy Inspirational

3  

Trushna Das

Tragedy Inspirational

କଳି ଯୁଗର ମଣିଷ

କଳି ଯୁଗର ମଣିଷ

2 mins
233

କଳି ଯୁଗର ମଣିଷ

ସାଜିଛ ତୁମେ ନର ରାକ୍ଷସ 

ମହ ମାୟାରେ ହୋଇଛ ବଶ

ମିଥ୍ୟା କରିଛି ତୁମମାନଙ୍କୁ ଗ୍ରାସ। 


କଳି ଯୁଗର ମଣିଷ 

ଖାଲି ଦେଖାଉଛ କ୍ରୋଧ ରୁଷ

ଲୋଭରେ ହୋଇ ବଶ

ଭାଙ୍ଗି ଚାଲିଛ ଅନ୍ୟମାନଙ୍କର ଆଶା ବିଶ୍ୱାସ 

ହେଲେ ସମୟ ଥାଇ କର ନାହିଁ ଅବଶୋଷ। 

 

କଳି ଯୁଗର ମଣିଷ 

ଯୌବନ ଭୋକ କରିଛି ଗ୍ରାସ

ପୁରଣ କରିବାକୁ ଯାଇ ନିଜ ଅଭିଳାଷ 

ନାରୀର କରୁଛ ସର୍ବନାଶ

କରି ତାକୁ ବାରମ୍ବାର ଧର୍ଷଣ ହୋଇ କର୍କଶ 

ଖୁସି ହେଉଛ ଭାବି ନିଜକୁ ପୁରୁଷ। 


କଳି ଯୁଗର ମଣିଷ ଏଠି

ଖୁସି ହେଉଛି ଅନ୍ୟର ଦୁଃଖ ଦେଖି 

ଭୁଲି ଯାଇଛି ଦୁଖ ପରେ ସୁଖ ଆସିବା ହେଉଛି ନୀତି ଏଠି

ଆଜି ତୁମେ ଖୁସି 

ତ କାଲି ତୁମେ ହୋଇବ ଦୁଃଖୀ 

ଅନ୍ୟମାନେ ହସୁ ଥିବେ ତୁମକୁ ଦେଖି। 


କଳି ଯୁଗର ମଣିଷ ଏଠି

ଆଧୁନିକତାର ବଶୀଭୂତ ହୋଇ 

ନାରୀ କରୁଛି ନାନା ଦୁର୍ନୀତି କର୍ମ ଏଠି

କେତେବେଳେ ବିବାହ ପୂର୍ବରୁ ମୁହଁ କଳା କରି

ତ ପୁଣି କେତେବେଳେ ବିବାହ ପରେ ପର ପୁରୁଷ ସହ ସମ୍ପର୍କ ରଖି 

କଳଙ୍କର ଦାଗ ସଂସ୍କାରରେ ଲଗେଇ। 


କଳି ଯୁଗର ମଣିଷ ନୀତି ଏଠି 

କଣ ଯେ କହିବି ଭାବୁଛି ବସି

ଯୁବକ ଯୁବତୀ ପ୍ରେମରେ ଭାସି 

ଯୁବତୀ ହୁଏ ଗର୍ଭବତୀ 

ନିଜକୁ ପବିତ୍ର କରିବାକୁ ଯାଇ 

ଆଉ କହା ସହ ନୂତନ ସଂସାର କରନ୍ତି ଗର୍ଭପାତ କରି 

ନ ହେଲେ ନିଜ ସନ୍ତାନକୁ ଜାରଜ ସନ୍ତାନ କହି

ଫିଙ୍ଗି ଦିଅନ୍ତି ରାସ୍ତା, ନଈ କୂଳକୁ ତାକୁ ମରିବା ପାଇଁ। 


କଳି ଯୁଗର ମଣିଷ, କେତେ ଯେ କଠୋର 

ଧନୀ ବ୍ୟକ୍ତିମାନେ କେତେ ଯେ ନିଷ୍ଠୁର 

ସେମାନଙ୍କୁ ଦେଖାଯାଏ ନାହିଁ ଦୁଃଖ କଷ୍ଟ ଗରିବଙ୍କର

ସେମାନଙ୍କ ଉପରେ ସବୁବେଳେ ଦାଉ ସାଜନ୍ତି ହୋଇ ସ୍ୱାର୍ଥପର। 


କଳି ଯୁଗର ମଣିଷ, ମନ ସେମାନଙ୍କର କେମିତି 

କିଏ ଖାଦ୍ୟଟିକିଏ ପାଇଁ ହେଉ ଥାଏ ଆଉତୁ ପାଉତୁ ଏଠି

ତ କିଏ ନାନା ପ୍ରକାର ଖାଦ୍ୟ ଆଣି

ନ ଖାଇ ପାରି ଫିଙ୍ଗି ଦିଏ ଏଠି ସେଠି

ମନେ ତାର ପଡେ ନାହିଁ 

କେତେ ଯେ ଭୋକରେ ମରୁଛନ୍ତି ଏଠି 

ଖାଦ୍ୟ ନ ପାଇ କୋଉଠି ବି। 


କଳି ଯୁଗର ମଣିଷ ଅଛନ୍ତି ଏମିତି

ଅଳସପଣର ବଶୀଭୂତ ହୋଇ 

କିଛି ନିଜକୁ ଗରିବ ଆଉ ଅସହାୟ ବୋଲି ଗୀତଗାନ କରି 

କାମ ନ କରି ଜଗି ବସି ଥାନ୍ତି 

ଅନ୍ୟର ସହାୟତାର ହାତକୁ ଚାହିଁ

ହୋଇ କର୍ମକୁଢି ।


କଳି ଯୁଗର ମଣିଷ

ଭୁଲିଛି ନିଜ ସଂସ୍କାର

ଯେଉଁ ବାପା ମାଆଙ୍କ ହାତ ଧରି ହୋଇଛି ବଡ

ସେମାନଙ୍କୁ ବୃଦ୍ଧ କହି କରିଛି ଘରୁ ବାହାର

ଦେଖାଇଛି ବୃଦ୍ଧାଶ୍ରମର ବାଟ

ନ ହେଲେ ବସାଇଛି ରାସ୍ତା ଘାଟରେ ମାଗିବାକୁ ଭିକ

ଦେଖାଇଛି ଏ କେମିତି କା ବିବେକ।


କଳି ଯୁଗର ମଣିଷ 

ଛିଃ ଛିଃ କରୁଛି ମନ ମୋର 

ନାନା ତୁମେ ଆପଣାର ହୋଇ ପାରିଲ ନିଜ ବାପା ମାଆଙ୍କର

ନା ଆପଣାର ହୋଇ ପାରିଲ ନିଜ ଜୀବନସାଥୀର

ନା ଆପଣାର ହୋଇ ପାରିଲ ନିଜ ସନ୍ତାନର

ତେବେ ତୁମେ କାହାର.... ପରିଚୟ ହେଉଛି ତୁମର ସ୍ୱାର୍ଥପର। 


କଳି ଯୁଗର ମଣିଷ 

ଗୁହାରି ମୁଁ କରୁଛି କୁକର୍ମରୁ ବାହାରି ଆସ

ସତ୍ୟର ନିଅ ଆଶ୍ରୟ 

କରି ଚାଲ ନିଜ କର୍ତ୍ତବ୍ୟ ଆଉ ସତ୍ କର୍ମ 

ପାଇବ ଈଶ୍ୱରଙ୍କ ଆଶିଷ 

ହୋଇବ ଜୀବନର ସମସ୍ତ ପ୍ରକାରର ବିକାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy