STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! କଳାର କୋଣାର୍କ !!

!! କଳାର କୋଣାର୍କ !!

1 min
3.0K

ଏଇ କି ସେ ରମ୍ୟ କୋଣାରକ

ଭଗ୍ନ ଶିଳା ଏ ମାଟିର ଶୋକ

ନଗ୍ନ ନଟୀ ଆଜି ଛନ୍ଦ ହରା

ଚାରୁ ଛବି ,ସମୟର ଚକ


କେମିତି ଏ ଦାରୁଣ ଦୁଃସ୍ଥିତି

ଭଙ୍ଗୁର ମୋ କଳାର କୋଣାର୍କ

ବିଚୂର୍ଣ୍ଣ ତା ରମ୍ୟ କଳେବର

ଭାଙ୍ଗୁଥାଏ ମାଟିର ସଂପର୍କ


ନାହିଁ ଆଉ ଖୋଦିତ ସୂଚି ରେ

ସୂକ୍ଷ୍ମ କଳା ନୟନ ପିତୁଳା

ବତ୍ସାୟନ ରତି କାମସୂତ୍ର

ସ୍ଖଳିତ ସେ କଟିର ମେଖଳା


ଯୁଗଳ ସେ ଚଉଷଠି ବନ୍ଧ

ହାସ୍ୟମୟୀ ରତିକ୍ଲାନ୍ତା ନାରୀ

ପୀନସ୍ତନା ଚାରୁ ନୃତ୍ୟାଙ୍ଗନା

ମୁକୁର କେ ଅଛି ହସ୍ତେ ଧରି


ଖସିଅଛି ସୁରମ୍ୟ ଖିଲାଣ

ବିକ୍ଷିପ୍ତ ଯା ମୂର୍ଚ୍ଛିତ ମାଟିରେ

ଏବେ କିଏ ଖଞ୍ଜିଅଛି ସେଠି

ଶିଳାଖଣ୍ଡ ନାହିଁ କଳା ତାରେ


ଏବେ ଆଉ ରଞ୍ଜୁନାହିଁ ମନ

ଖଞ୍ଜରୀଟ ନୟନର ଶରେ

ମୁଗ୍ଧ ଏକ ପ୍ରୀତି ଅନୁଭବ

ଜବାଧାରୀ ତୃଷାର୍ତ୍ତ ଓଠରେ


କାଳ ତୁମେ ଏଡିକି ନିଷ୍ଠୁର

ଭାଙ୍ଗିଦେଲ ମୋ ସ୍ମୃତିର ଘର

ଘୂଣଖିଆ ସମାଜରେ ଶୁଭେ

ଆଜି କାହା କାନ୍ଦଣାର ସ୍ବର


ଉତ୍କର୍ଷ କଳାର ଦେଶ ମୋର

କହିଲେ କେ ବିଶ୍ବାସରେ ନେବ

ଇଏ ଖାଲି କାଳର ଜଡତା

ସ୍ତୁପ ସ୍ତୁପ କଳାର ବିଭବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract