କ୍ଳାନ୍ତ ଗୋଧୂଳି
କ୍ଳାନ୍ତ ଗୋଧୂଳି
ଗୋଧୂଳି କି ସତେ ଅବା କ୍ଳାନ୍ତ ହୋଇଲାଣି ?
ସକାଳର ସୂର୍ଯ୍ୟ କି ମଳିନ ପଡ଼ିଲେଣି ?
ନାହିଁ ଆଉ ବଞ୍ଚିବାର ମୋହ କି ବାହାନା
ମୃତ୍ୟୁ ଅପେକ୍ଷାର ଅନ୍ତ କାହାକୁ ବା' ଜଣା।?
ଏ ,ଆଲୋଡ଼ା ଜୀବନରେ ନାହିଁ ସରସତା
ବଞ୍ଚିବାକୁ ବାଧ୍ୟ ପରା ଏ , ମୋ' ବିବଶତା।
ସଂସାର ଶୃଙ୍ଖଳ ବେଡ଼ି ପଡ଼ିଛି ବନ୍ଧନେ
ବନ୍ଧନର ବିକଳ୍ପ ବି ନାହିଁ ଏ , ଜୀବନେ ।
କନ୍ୟା ହୋଇ ଜନମିବା ଅଭିଶାପ ଭରା
ନାହିଁ ସ୍ଵାଧୀନତା ଏହି ଜୀବନରେ ପରା।
ଚାକିରି ମହିଳା ହେଲେ ନିଜେ ବୁଝିଯିବ
ଗୃହିଣୀ ହୋଇଲେ ନିଜ କର୍ମ ଆଦରିବ।
ବାପ ଘର ଠାରୁ ନେଇ ଶାଶୂ ଘର ଯାଏଁ
କନ୍ୟା ଧର୍ମ ଆକଟରେ ଜୀବନଟି ଧାଏଁ।
କର୍ତ୍ତବ୍ୟ , ଶୃଙ୍ଖଳ ସଦା ବେଡ଼ି ପଡ଼ିଥିବ
ସଂସ୍କାର, ମାନ୍ୟତା ନେଇ ସଦା ଧାଉଁଥିବ।
ସମସ୍ତଙ୍କ ମନ ନେଇ ଯେତେ ଚାଲୁଥିବ
କର୍ତ୍ତବ୍ୟର ବୋଝ ତତେ ସେତେ ଚାପୁଥିବ ।
ଶେଷରେ କୁବୁଜା ପରି କୁଜା ହେଇଥିବୁ,
ସଳଖି ଚାଲିବା ପାଇଁ ଅଣ୍ଟା ଭିଡୁଥିବୁ।
ସେତେବେଳେ ବନ୍ଧୁ ନିଜ ଆତ୍ମୀୟ ସୋଦର
ଦେଖେଇବେ ତୋର ଉପସ୍ଥିତି ଦରକାର ।
କନ୍ୟା ଜନ୍ମ ବୋଝ ବୋଲି ନିଶ୍ଚୟ ଜାଣିବୁ
ଜନ୍ମ ଠାରୁ ମୃତ୍ୟୁ ଯାଏ ଏ ସତ୍ୟ ଖୋଜିବୁ।
ବୋଝ ଭାବି ବାପ ଘର ଦେବେ ବିଦା କରି
ଆଜୀବନ ଶାଶୂଘରେ ସେ ବୋଝକୁ ଧରି।
ଯେତେ ସମର୍ପଣ ଶ୍ରଦ୍ଧା ଭରିଥା ତୁ, ମନେ
ତିଳ ତିଳ ଜଳିବୁ ତୁ, ସଂସାର ବନ୍ଧନେ।
ପରିଣତ ବୟସରେ ଜାଣିବୁ ତୋ, ମୂଲ,
ଅଲୋଡ଼ା କି, ଲୋଡ଼ା ତୁମେ କାହା ପାଇଁ ଥିଲ ।?