STORYMIRROR

Priyaranjan Biswal

Abstract Classics Others

3  

Priyaranjan Biswal

Abstract Classics Others

କଳା କଳେବର କହ୍ନାଇ

କଳା କଳେବର କହ୍ନାଇ

1 min
189


ଜନ୍ମାଷ୍ଟମୀ ଦିନ ଜନମ

ହୋଇ ବନ୍ଦୀ ଶାଳାରେ।

ସତ୍ଯ‌ କଲ ଶୂନ୍ଯ ବାଣୀକୁ

ପ୍ରଭୂ ତୁମ ମାୟାରେ।।


ଦେବକୀ ଗର୍ଭରୁ ଜନ୍ମିଣ

ଗୋପ ପୁରେ ବଢିଲ।

ଜଗତେ ଗୋପାଳ ବୋଲିଣ

ପରିଚୟଟି ଦେଲ।।


ମାଟି ଖାଉ ଖାଉ ପ୍ରଭୂହେ

ପାଟିକୁ କରିଲ ଆଁ।

ଜଗତ ଦର୍ଶନ କରିଲେ

ତୁମ ଯଶୋଦା ମାଆ।।


ସ୍ତନ୍ଯ ପାନ କରି ପୁତନା

ପ୍ରାଣ ଶୋଷିଲ ତୁମେ।

ଜୟ ଜୟ କଲା ଜଗତ

ପ୍ରଭୂ ତୁମରି ନାମେ।।


କାଣି ଆଙ୍ଗୁଳିରେ ଟେକିଲ

ପ୍ରଭୂ ଗୋବର୍ଦ୍ଧନ ପର୍ବତ।

ଇନ୍ଦ୍ର ଗର୍ବ ତୁମେ ଭାଙ୍ଗିଲ

ଦେଖି ସର୍ବେ ଚକିକ।।


କାଳୀୟ ଦଳନ କରିଲ

ପ୍ରଭୂ ଜମୁନା ଜଳେ।

ମୁଣ୍ଡ ନଇଁ କ୍ଷମା ମାଗିଲା

ପ୍ରଭୂ ସେ' ପାଦ ତଳେ।।


କଳା କଳେବର କହ୍ନାଇ

ସଙ୍ଗେ ରାଧିକା ରାଣୀ।

କରନ୍ତି କୁଞ୍ଜରେ ରାସ ସେ

ଦେଖେ ଯମୁନା ପାଣି।।


ଘରେ ଘରେ ପଶି ପ୍ରଭୂହେ

ଖାଅ ଲହୁଣି ଆଣି।

ଗୋପିଏ ପାଗିଳି ହୁଅନ୍ତି

ଦେଖି ବାଙ୍କ ଚାହାଣୀ।।


ନଟବର ନାଟ ଲଗାଅ

ଧର୍ମ ସ୍ଥାପନା ପାଇଁ।

ପାରେନା ଧରଣୀ ମାଆ ଯେ

ଆଉ ଯାତନା ସହି।।


ଦୁଃଖ ଶୁଣି ତାର ଆସିଲ

ମର୍ତ୍ତ୍ଯେ ଦେହଟି ବହି।

ଧରାରୁ ଅଧର୍ମି ଲୋକଙ୍କୁ

ପ୍ରଭୂ ନାଶିବା ପାଇଁ।।


ଚାଣୁର ମୁଷ୍ଟିକ ନିହତ

କଲ ମହ୍ଲ ଯୁଦ୍ଧରେ

କଂସକୁ ଗଡାଇ ମାରିଲ

ବସିଥିଲା ମଞ୍ଚାରେ।।


ଗୀତା ଜ୍ଞାନ ଦେଇ ପାର୍ଥକୁ

କୁରୁକ୍ଷେତ୍ର ଯୁଦ୍ଧରେ।

ଧର୍ମର ସ୍ଥାପନା କରିଲ

ପ୍ରଭୂ ଏଇ ସଂସାରେ।।


ସଂସାରେ କେବଳ ଅଟଇ

ଜାଣ ପ୍ରେମଟି ସାର।

ପ୍ରେମ ବଳେ ତିଷ୍ଟି ରହିଛି

ଏହି ସାରା ସଂସାର।।


ଜଗତକୁ ଏହି ଶିକ୍ଷାଟି

ଦେଇ କଲ ସୁନ୍ଦର।

ପ୍ରେମ ମୟ ହେଲା ସଂସାର

ପ୍ରଭୂ ଲବଣି ଚୋର।।


ତୁମେ ପରା ମୋର ଆରାଧ୍ଯ

ମୁଁ ଯେ' ତୁମ ସେବକ।

ତୁମ ପ୍ରଦର୍ଶିତ ବାଟରେ

ଚାଲେ ଜୀବନ ଯାକ।।


ଏବେ ବାରେ ପ୍ରଭୂ କୁହହେ

କେବେ ମିଳିବ ମୋକ୍ଷ?

ତୁମ ସହ ଯାଇ ମିଶିବି

ଏ ମୋ ଜୀବନ ଲକ୍ଷ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract