କ୍ଲାନ୍ତିହୀନ ନିଦ୍ରା
କ୍ଲାନ୍ତିହୀନ ନିଦ୍ରା
ସୁନ୍ଦର ସ୍ୱାବଲମ୍ବୀ ପ୍ରତିମୂର୍ତ୍ତି ତୁମେ
ସ୍ନେହମୟ ଭାବନାରେ ପୂର୍ଣ୍ଣ ହୃଦୟ ତୁମର
ଅସୁମାରୀ ଶୋଭା ମଳିନ ପ୍ରାୟ ତୁମ ସମ୍ମୁଖେ
ଅସରନ୍ତି ପ୍ରେମର ଭଣ୍ଡାର ତୁମ ପାଶେ
ଆଜି ମୁଁ ଦେଖିଛି ଏ ବିବସ୍ୱାନଙ୍କ ପହିଲି ସ୍ପର୍ଶେ
ତୁମ ନୟନର ଦୃଷ୍ଟି ଆକର୍ଷଣ କଲା ପରି ଜ୍ୟୋତିକୁ
ସେ ଚକ୍ଷୁ ଯୁଗଳ ଦ୍ୱୟ ତୁମ ମର୍ମର ଉଦନ୍ତକୁ
ମୋ ନିକଟତର କରିବାକୁ ଚେଷ୍ଟିତ ପ୍ରାୟ
ଏ ରୋମାଞ୍ଚିତ ସନ୍ଧ୍ୟାର ତ ତୁମେ ଉଜ୍ଜ୍ୱଳ ପ୍ରଦୀପ ପରି
ଆସିଛ ଜୀବନେ ମୋର ଚନ୍ଦ୍ରର ଜ୍ୟାତ୍ସା ନେଇ
ଦଗ୍ଧ ଥିଲି ଯେବେ ମୁଁ ପ୍ରତାରଣାର ଅଗ୍ନିରେ
ନିର୍ବାପିତ ହୋଇଛି ତୁମ ଶୀତଳ ସ୍ପର୍ଶ ପାଇ
ମାତ୍ର ଏ ଅନାବନା ଅନୁଭୂତି ତୁମ ଜୀବନେ
ବୁଣି ଚାଲିଗଲେ କେତେ ବାଳୁଙ୍ଗା ସମ ଭାବ ସବୁ
ତୁମ ଅଶାନ୍ତ ମନର କାରଣ ସାଜିଛନ୍ତି
ହେ ପ୍ରେମ!
ଏ ଭଲ ପାଇବାର ଗୋଲାପ ବନ ରେ ସମସ୍ତ ବେଦନାକୁ ସାଙ୍ଗ କର
ନିଶାର ଶାନ୍ତ ପାରିପାର୍ଶ୍ୱ ତୁମକୁ କ୍ଲାନ୍ତି ହୀନ ନିଦ୍ରା ପ୍ରଦାନ କରୁ।