STORYMIRROR

Kishore Nayak

Children

3  

Kishore Nayak

Children

"କଜଳପାତି "

"କଜଳପାତି "

1 min
83

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


କଜଳପାତି 

ତୁରୁତୁରିଆ ତରକା ଅତି 

ଡେଣାକୁ ତା'ର ଝାଡ଼ି 

ନୀଳ ଆକାଶ ନୀଳିମା ତଳେ 

ଖୁସିରେ ଯାଏ ଉଡି ll

ବଣ ମୂଲକେ କରିଛି ଘର 

ଉଡି ବୁଲଇ ପାଟ ଗହୀର 

ବସଇ କ୍ଷେତ ବାଡେ

ସଞ୍ଜ ନଇଁଲେ ବଉଦ କୁଞ୍ଜେ 

ଫେରଇ ବସା ଆଡେ ll

କିଚିରି ମିଚିରି ଶବଦ କରି 

ବସାରୁ ତା'ର ଯାଏ ବାହାରି 

ପାହିଣ ଗଲେ ରାତି 

ଦୂର ପାହାଡ଼ ଦରିଆ ଦେଇ 

ଘେନିଣ ସାଙ୍ଗ ସାଥୀ ll

ନଥାଏ ଆଶା ଜୀବନେ ବେଶି 

ନିଜ କରମେ ହୁଅଇ ଖୁସି 

ନଥାଏ ମନେ ଦୁଃଖ 

ଗଛ ଡାଳରେ ମଉନେ ବସି 

ପାଏ ସରଗ ସୁଖ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children