STORYMIRROR

Satyabati Swain

Tragedy

3  

Satyabati Swain

Tragedy

କିଂ କର୍ତ୍ତବ୍ୟ ବିମୁଢ

କିଂ କର୍ତ୍ତବ୍ୟ ବିମୁଢ

1 min
235


ଏତେ କୋହ

ଅସହାୟତା

ଆକାଶ ଆଖିରେ!!!

କେଉଁଠୁ ଆସିଲା ପର୍ଯ୍ୟାପ୍ତ ଲୁହ

ଭାସୁଛି ଆକାଶ 

ଭାସେ ମାଟି;

ବେଜାଏ ଅଭିମାନ

ଆତ୍ମଗ୍ଲାନିରେ

ଫାଟି ପଡେ ଆକାଶ ଛାତି

ଅଣନିଃଶ୍ଵାସୀ

ଧଇଁ ପରି ପେଲି ହୁଏ

ଏ ସବୁ ତ ତା ନିହାତି ଆପଣା ଜନର

'କରାମତି';

କାହାକୁ ଦୋଷ ଦେବ?

ସେଇପାଇଁ

ନିଜେ କାନ୍ଦି ନିଜ ଲୁହ 

ନୁହେଁ ନିଜ ରକତ ପିଉଛି।।


ସବୁ ଜୀବେ ସାର

ମଣିଷ

ନିଜ ହସ୍ତେ ଜିହ୍ଵା ଚ୍ଛେଦି

ନିଜର କମାଏ ଆୟୁଷ

ସୁଖ ଟିକେ ଚାହିଁ

କିଣୁଛି ବିଷ

ଜୀବନଚର୍ଯ୍ୟା ସ୍ୱଚ୍ଛନ୍ଦ କରିବାକୁ ଯାଇ

ବିଷାକ୍ତ କରେ ପରିବେଶ

'ତରୁ' କାନ୍ଦୁଛି

ଆସ୍ତେ ଆସ୍ତେ ତା ଯୌଥ ପରିବାର

ଜଙ୍ଗଲ

ଭାଇ ବନ୍ଧୁ ପାଦପ ରାଜି

ହରାଇ ତାର ବହେ ଅଣଚାଶ

କ୍ଷୀଣ ତନୁ ରୋଗ ଗ୍ରସ୍ତ

ଆତ୍ମା ତା ଅବଶ।


 ଅକର୍ମା 

 ବୋଝ କମାଇଁବାକୁ ଯାଇ

ପ୍ଲାଷ୍ଟିକ ପ୍ରୀତି

ପଲିଥିନ୍ ପ୍ରେମ

କଂକ୍ରିଟ୍ ଜଙ୍ଗଲ ,

କଳକାରଖାନା ନିଶା

ଅଧିକ ଉତ୍ପାଦନ ଲୋଭେ

ରାସାୟନିକ ସାର ,ବିଷାକ୍ତ ଔଷଧର

କୁହୁକୀ ମାୟାରେ ବଶ

ହରମୋନ୍ ,ରଙ୍ଗ,ଇଂଜେକସନ୍ ଦେଇ

ତଟକା ପରିବା ଭଅଁରେ

ଭୁଆଁ ବୁଲାଇ ନିଜେ

ମଣିଷ ସ୍ୱାଗତ କରେ

ନିଜର ଧ୍ୱଂସ।


ପ୍ରକୃତି ଓ ପରିବେଶ 

ସମସ୍ତ ଆବର୍ଜନା ମଧ୍ୟେ

ମଣିଷର ସୁଖ ପାଇଁ

ଜଳୁଛି

କାନ୍ଦୁଛି

ଦୁଃଖରେ ମୋଡି ମାଡି

ଆରୋଗ୍ୟ ବିହୀନ ରୋଗରେ ଆକ୍ରାନ୍ତ

ପ୍ରତି ମୁହୂର୍ତ୍ତେ

ଛଟ୍ ପଟ ପ୍ରାଣ

ବେହାଲ୍

କେବେ ବନ୍ୟା

ବାତ୍ୟା,ମରୁଡି,ଭୂମିକମ୍ପ

ପୁଣି ଲଘୁଚାପେ ଜର୍ଜରିତ

ବେଶୀ କଷ୍ଟ

କୋଭିଡ ମହାମାରୀ

ପାଦେ ପାଦେ ମୃତ୍ୟୁ ଭୟ

ପକ୍ଷଘାତ ରୋଗୀ ପରି

କିଂ କର୍ତ୍ତବ୍ୟ ବିମୁଢ ହୋଇ 

କୋହ ମୋହେ କାନ୍ଦେ ଦେଖି

ତା ଶ୍ରେଷ୍ଠ ସୃଷ୍ଟିର ଧ୍ୱଂସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy