STORYMIRROR

Kananbala Das

Fantasy

4  

Kananbala Das

Fantasy

କିଏ ତୁମେ

କିଏ ତୁମେ

1 min
224


ମୋ ନିଃଶ୍ୱାସ ରେ ତୁମେ

ମୋ ବିଶ୍ବାସ ରେ ତୁମେ

ହୃଦୟରେ ତୁମେ ସପନରେ ତୁମେ

କିଏ ତୁମେ ?


ମୋ ଅଳିକ ଭାବନା କ୍ଷଣିକ ଉନ୍ମାଦନା

ହୃଦୟର ସ୍ପନ୍ଦନ ପ୍ରେମର ଫଲ୍ଗୁ

 ମୋ ଉଛ୍ୱାସ ରେ ତୁମେ

ଶିହରଣ ରେ ତୁମେ

ଭାବପ୍ରବଣତା ରେ ତୁମେ

ମୋ ସମଗ୍ର ସତ୍ତା କୁ ଘେରିଛ,

ମତେ ପୁଲକିତ ପଲ୍ଲବିତ କରିଛ

ମଧୁର ସପନର ନାୟକ ସାଜିଛ ।


ମୁଁ ଆଜି ଲୁହର ସାଗର,

ଅସୁମାରୀ ପ୍ରୀତିର ଯନ୍ତ୍ରଣା

ଅବୁଝା ଉଚ୍ଚାଟିଆକରେ ମତେ

ତୁମ ମଧୁର କଳ୍ପନା ।


ମୋ ରକ୍ତରେ ପ୍ରେମର ଫଲ୍ଗୁ

ଉତ୍ତାଳ ଫେନୀଳ ତରଙ୍ଗ ଟିଏ

ମୋ ଆୟତ୍ତ ଚକ୍ଷୁରେ ଅସୁମାରୀ ସ୍ବପ୍ନ

ଶରୀରରେ ଶତ କଦମ୍ବର

              ବେପଥୁ ଶିହରଣ,

ପ୍ରେମରେ ତୁମେ ପରା ବନ୍ଧା,

ମୋ ଭିତରେ ଅଗଣିତ ସ୍ୱପ୍ନର ବନ୍ୟା ।


ମୋ ପ୍ରେମ ନୁହେଁ ମୂଲ୍ୟହୀନ

ଶାଶ୍ୱତ, ସ୍ବର୍ଗୀୟ, ଚିରନ୍ତନ

ଦେହାତୀତ, ପବିତ୍ର ବନ୍ଧନ

ସର୍ତ୍ତହୀନ, ଆତ୍ମିକ ଆକର୍ଷଣ,


ତୁମପ୍ରେମଭାବନାରେ

        ପ୍ରାଣେଭରି ଆଲୋଡନ,।

ଅଙ୍ଗେ ଅଙ୍ଗେ ଖେଳିଯାଏ

          ମନ୍ଦ ମନ୍ଦ ଶିହରଣ

ତୁମେ ଆସିବ ନିଶ୍ଚୟ

          ବିଶ୍ବାସ କରୁଛି ମନ

ରହିପାରିବନିକେବେ ହୋଇ ଉଦାସୀନ ।


ଉନ୍ମୁକ୍ତ ରହିଛି ହୃଦୟର ବାତାୟନ

ପ୍ରତୀକ୍ଷା ରତ ଏ ଉଦାସୀ ପ୍ରାଣ

          ଝୁରେ ସବୁଦିନ

ଆଖିରେ ରହିଛି ସୀମାହୀନ ପ୍ରତୀକ୍ଷା


ବୋଧେ ମୋ ଜୀବନର ସର୍ବସ୍ବ ତୁମେ

ସ୍ବପ୍ନମୋର ଭାଙ୍ଗିଗଲେ

ମୁଁ ସରିଯିବି

ମୁଁ ଝରିଯିବି

ମୁଁ ମରିଯିବି


କେତେବେଳେ ତୁମେ ମତେ

            କବଳିତ କଲ,

ମୋ ହୃଦୟକୁ ଅଧିକାର କଲ

ଜାଣେନା

ତଥାପି

କଳ୍ପନାରେ, ଭାବପ୍ରବଣତାରେ, ସ୍ୱପ୍ନରେ

ତୁମେ ରହିବ ରହିଥିବ ଚିରଦିନ

ମୋ ଆତ୍ମାର ସ୍ୱତନ୍ତ୍ର ସ୍ଥାନରେ

ମୋ ଜୀବନ ସାର୍ଥକ କର

ତବ ପ୍ରେମେ ଛନ୍ଦିଦେଇ

ପୂର୍ଣ୍ଣତା ଭରିଦିଅ

ଜୀବନ ଯନ୍ତ୍ରଣାର ଉର୍ଦ୍ଧ୍ବକୁ ନେଇ

କିଏ ତୁମେ, ?

କିଏ ତୁମେ ?

କିଏ ତୁମେ ।


Rate this content
Log in

Similar oriya poem from Fantasy