କିଏ ସିଏ
କିଏ ସିଏ
ରାତିର କଳା
ଦିନର ଧଳା
ଆକାଶେ ଶଶୀ
ବରଷା ଖସି
ଫୁଲର ବାସ
ଶିଶୁର ହସ
ଗଛର ଫଳ
ଝରଣା ଜଳ
ସବୁଜ ଭୂଇଁ
ମଳୟ ଛୁଇଁ
କାକର ବିନ୍ଦୁ
ପୁନେଇ ଇନ୍ଦୁ
କୋଇଲି ଗାନ
ମାଟିର ଦାନ
ଗୋଧୂଳି ବେଳ
ପକ୍ଷୀଙ୍କ ଖେଳ
ପାହାଡ଼ ଚୁଡା
ମିରିଗ ଗୁଡା
ନଈରେ ବାଲି
ସାଧବ ଚାଲି
କାରିଗରସେ କିଏ
ଦେଖାଦେଉନି ସିଏ।
ପବନ ଦିଏ
ଜୀବନ ସିଏ
ମାଟିର ତଳ
ରଖିଛି ଜଳ
ଆକାଶ ଜାଙ୍କ
ସୁତରା ବାଗ
ସୁରୁଜ ଖରା
ତତଲା ଧରା
ଜଙ୍ଗଲ ଭୂଇଁ
ଯାଇଛି ଛୁଇଁ
ଆଷାଢ଼ ମେଘ
ବାଦଲ ବେଗ
ବରଷା ଛାଟି
ଗାଧୁଆ ମାଟି
ବେଙ୍ଗୁଳି ରଡି
ନଈରେ ବଢି
ଇନ୍ଦିର ଧନୁ
ମୟୁର ବନୁ
ରାବଇ ପୁଚ୍ଛ ଟେକି
ନାଚଇ ବନ ସେକି।
କାକୁଡି ଫୁଟି
ଜଡିକିବୁଟି
ବେଳର ପଣା
ଚୋବୋଉ ଚଣା
ପରିବା କେତେ
ଅମଳ ଯେତେ
ବାଡ଼ିର ଶାଗ
ଦେହକୁ ବାଗ
ପଇଡ଼ ଜଳ
ଯୋଗାଏ ବଳ
ମହୁମାଛିର ମହୁ
ତା ଗୁଣ କିସ କହୁ।
ବରଷା ଗଲା
ଶୀତ ପଶିଲା
କ୍ଷେତରେ ଧାନ
ପରିବା ମାନ
ସୋରିଷ ଫୁଲ
ଚାଦର ତୁଲ
ବସନ୍ତ ପଶେ
ଧରଣୀ ହସେ
ଆମ୍ବର ଡାଳେ
କୋଇଲି ତାଳେ
ବଢ଼ିଲା ଖରା
ତାତିଲା ଧରା
ବରଷ ବାର ମାସ
ତାପାଇଁ ପରକାଶ।
କିଏ ସେ ସଉଦାଗର
ଦେଇଛି ଆଣି ସକଳ ଚିଜ
ମନ ଜାଣି ଆମର।