STORYMIRROR

Akshayakumar Dash

Children

3  

Akshayakumar Dash

Children

କିଏ ସିଏ

କିଏ ସିଏ

1 min
231

ରାତିର କଳା

ଦିନର ଧଳା

ଆକାଶେ ଶଶୀ

ବରଷା ଖସି

ଫୁଲର ବାସ

ଶିଶୁର ହସ

ଗଛର ଫଳ

ଝରଣା ଜଳ

ସବୁଜ ଭୂଇଁ

ମଳୟ ଛୁଇଁ

କାକର ବିନ୍ଦୁ

ପୁନେଇ ଇନ୍ଦୁ

କୋଇଲି ଗାନ

ମାଟିର ଦାନ

ଗୋଧୂଳି ବେଳ

ପକ୍ଷୀଙ୍କ ଖେଳ

ପାହାଡ଼ ଚୁଡା

ମିରିଗ ଗୁଡା

ନଈରେ ବାଲି

ସାଧବ ଚାଲି

କାରିଗରସେ କିଏ

ଦେଖାଦେଉନି ସିଏ।

ପବନ ଦିଏ

ଜୀବନ ସିଏ

ମାଟିର ତଳ

ରଖିଛି ଜଳ

ଆକାଶ ଜାଙ୍କ

ସୁତରା ବାଗ

ସୁରୁଜ ଖରା

ତତଲା ଧରା

ଜଙ୍ଗଲ ଭୂଇଁ

ଯାଇଛି ଛୁଇଁ

ଆଷାଢ଼ ମେଘ

ବାଦଲ ବେଗ

ବରଷା ଛାଟି

ଗାଧୁଆ ମାଟି

ବେଙ୍ଗୁଳି ରଡି

ନଈରେ ବଢି

ଇନ୍ଦିର ଧନୁ

ମୟୁର ବନୁ

ରାବଇ ପୁଚ୍ଛ ଟେକି

ନାଚଇ ବନ ସେକି।

କାକୁଡି ଫୁଟି

ଜଡିକିବୁଟି

ବେଳର ପଣା

ଚୋବୋଉ ଚଣା

ପରିବା କେତେ

ଅମଳ ଯେତେ

ବାଡ଼ିର ଶାଗ

ଦେହକୁ ବାଗ

ପଇଡ଼ ଜଳ

ଯୋଗାଏ ବଳ

ମହୁମାଛିର ମହୁ

ତା ଗୁଣ କିସ କହୁ।

ବରଷା ଗଲା

ଶୀତ ପଶିଲା

କ୍ଷେତରେ ଧାନ

ପରିବା ମାନ

ସୋରିଷ ଫୁଲ

ଚାଦର ତୁଲ

ବସନ୍ତ ପଶେ

ଧରଣୀ ହସେ

ଆମ୍ବର ଡାଳେ

କୋଇଲି ତାଳେ

ବଢ଼ିଲା ଖରା

ତାତିଲା ଧରା

ବରଷ ବାର ମାସ

ତାପାଇଁ ପରକାଶ।

କିଏ ସେ ସଉଦାଗର

 ଦେଇଛି ଆଣି ସକଳ ଚିଜ

ମନ ଜାଣି ଆମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children