STORYMIRROR

Santosh Kumar Nayak

Inspirational Others Children

3  

Santosh Kumar Nayak

Inspirational Others Children

ମହାନ ପୁରୁଷ ଗୋପବନ୍ଧୁ

ମହାନ ପୁରୁଷ ଗୋପବନ୍ଧୁ

1 min
123

ମହାନ ପୁରୁଷ ଗୋପବନ୍ଧୁ


ମଣିଷ ଭିତରେ ଏମିତି ମଣିଷ

ଦେଖିଛ କି କେବେ କୁହ?

ପର ଦୁଃଖ କଷ୍ଟ ଦେଖିଲେ ଯାହାର

ଆଖିରୁ ଝରଇ ଲୁହ।


ରୋଗୀ ସେବା କିବା ଶବ ଉଠା ପାଇଁ

ଖୋଜା ଚାଲେ ଯେବେ ଲୋକ,

ସେ ଏକ ମାନବ ଯିଏ ପର ପାଇଁ 

ଭୁଲି ଯାଏ ନିଜ ଭୋକ।


ସଂସାର ଭିତରେ ଏମିତି ସଂସାରୀ

କଥା ଶୁଣିଛ କି କୁହ?

ଆନକୁ ବନ୍ୟାରୁ ଉଦ୍ଧାରିବା ପାଇଁ

ତ୍ୟାଗ କରେ ନିଜ ପୁଅ।


ନଈ କାଠଯୋଡ଼ି ମହାନଦୀ ବଢି

ଆସୁଥିଲା ଯେବେ ମାଡି,

ଯାଉଥିଲେ ଚାଲି ସେ ମହାପୁରୁଷ

ସକଳ କାମକୁ ଛାଡି।


ଆଜି ସେ ନାହାଁନ୍ତି ଅଛି ଖାଲି ତାଙ୍କ

ମହାନ ଆଦର୍ଶ କର୍ମ,

କହୁଥିଲେ ସିଏ ମାନବ ସେବା ହିଁ

ସବୁଠାରୁ ବଡ ଧର୍ମ।


ମହାମାରୀ ଅବା ନଈବଢ଼ି ହେଲେ

ମନେ ପଡେ ତାଙ୍କ କଥା,

ମହାନ ପୁରୁଷ ଗୋପବନ୍ଧୁ ପାଶେ

ଆପେ ନଇଁ ଯାଏ ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational