STORYMIRROR

Kishore Nayak

Children

3  

Kishore Nayak

Children

ଶ୍ରାବଣ ଆସିଛି

ଶ୍ରାବଣ ଆସିଛି

1 min
56


ବରଷା ଝରେ ମାରଇ ଖରା 

ଗହୀର ପାଟ ସବୁଜ ଭରା 

ଶ୍ରାବଣ ଆସିଛି ପରା 

ଖୁସିରେ ନାଚେ ବେଙ୍ଗୁଲି ନାନୀ 

ହୋଇଣ ଆତ୍ମହରା ll

ଅନ୍ଧାର ରାତି ଝଡି ବତାସ 

ମେଘରେ ଭରା ନୀଳ ଆକାଶ 

ମାରଇ ଘଡ ଘଡି 

ଫୁଲଫୁଲିଆ ନିଦରେ କୁନା 

ଶୋଇଛି କମଳ ଘୋଡ଼ି ll

ବରଷା ରାଣୀ ଉଠଇ ମାତି 

ଭୀମ ଗର୍ଜନେ ଫୁଲାଇ ଛାତି 

ଢାଳଇ ଜଳଧାରା 

ଶୁଖିଲା ନଈ ଗାଡ଼ିଆ ସବୁ 

ହେଲାଣି ଜଳ ଭରା ll

ବଉଦ କୁଞ୍ଜେ ଆସଇ ସଞ୍ଜ 

ଶଙ୍ଖୀ ବିଲେଇ ହଲାଏ ଲାଞ୍ଜ 

ମୂଷା ଛୁଆକୁ ଦେଖି 

ଶିକାର ପାଇଁ ମଉନ ହୋଇ 

ବସେ ତରାଟି ଆଖି ll

ଘୁଂ ଘୁଂ ଘୁଂ ଶବଦ କରି 

ବରଷା ଯାଏ ଆକାଶୁ ଝରି 

ବୁଡଇ କ୍ଷେତ ବିଲ 

ନଡ଼ା ଛପର ଘର ଉପରେ 

ଫୁଟଇ ଜହ୍ନି ଫୁଲ ll

ନଦୀରେ ଆସେ ବନ୍ୟାର ଜଳ 

ଭୀମ ଗର୍ଜନେ ଲଙ୍ଘଇ କୂଳ 

ଆସଇ ନଈ ବଢ଼ି 

ଗାଁ ଦାଣ୍ଡରେ ପଶଇ ପାଣି 

ବନ୍ଧ ବାଡ଼କୁ ତଡି ll

ଇନ୍ଦ୍ରଧନୁର ସାତଟି ରଙ୍ଗ 

ମନରେ ଆଣେ ଖୁସି ତରଙ୍ଗ 

ଆକାଶେ ଦିଏ ଦେଖା 

ରାତିରେ ଦିଶେ ଦୂର ଗାଁ' ର 

ଡିବି ଆଲୁଅ ଶିଖା ll

ଅତୀତର କେତେ ସ୍ମୃତିକୁ ଆଣି 

ଆସଇ ଏଇ ବରଷା ରାଣୀ 

ସବୁ ବରଷ ପରା 

ସବୁଜିମାରେ ଉଠଇ ନାଚି 

ଏଇ ସୁନ୍ଦର ଧରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children