STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କିଏ ସେ ହିଂସ୍ର‌ କୁହ

କିଏ ସେ ହିଂସ୍ର‌ କୁହ

2 mins
311

🙏କିଏ ସେ ହିଂସ୍ର କୁହ🙏
***********ଅପର୍ତ୍ତି ସେଠୀ
ଯାହାକୁ ଦେଖି ଲାଗ‌ଇ ଡର
     ସେଇ ଅଟ‌ଇ ହିଂସ୍ର ,
ଦୟା ଧରମ‌ ସ୍ନେହ କି ପ୍ରେମ
     ନ ଥିବ ତାର‌ ପାଶ।
ମଣିଷ ପ୍ରତି ଭୟ କରନ୍ତି
     ଆଜି ଅନେକ ପ୍ରାଣୀ,
ମଣିଷ କିନ୍ତୁ ଭାବୁଛି ନିଜେ
     ଦୁର୍ଲ୍ଲଭ ଆଉ ଜ୍ଞାନୀ।
ମଣିଷ ଗଲେ ଯେଉଁ ପଥରେ
      ପ୍ରାଣୀଏ‌ ଡରୁଛନ୍ତି‌,
ଏଣ୍ଡୁଅ ମୂଷା ସାପ ବିଲୁଆ
     ଭୟରେ‌ ଲୁଚୁଛନ୍ତି‌।
କୌଣସି ପକ୍ଷୀ ମଣିଷ ଦେଖି
      ପାଖେ ରହନ୍ତି ନାହିଁ,
କାଳେ ମଣିଷ ବସାଇ ଫାଶ
       ଯିବ ସେ ଧରିନେଇ‌।
ମନେ ଭାବନ୍ତି ମଣିଷ ଜାତି
       ଆମକୁ ମାରିଦେବ,
ଲାଞ୍ଜକୁ ଯାକି‌ ଖସିବା‌ ଯଦି
        ଜୀବନ ରହିଯିବ‌।
ମଣିଷ କୁହେ ବ୍ୟାଘ୍ର କୁମ୍ଭୀର
       ହିଂସ୍ର ନିଷ୍ଠୁର ଜୀବ,
କିନ୍ତୁ ମଣିଷ ହିଂସ୍ର କି ଶିଷ୍ଟ
       ପଶୁ ଉତ୍ତର ଦେବ।
ମଣିଷ ଯେବେ ଶୀକାର କରେ
      ନୀରିହ ପଶୁ ପକ୍ଷୀ,
କେତେ ନିର୍ଦ୍ଦୟ କେତେ ନିଷ୍ଠୁର
       ଆଖିରେ ଦେଖିଛକି‌?
ବିନା କାରଣେ ବନ୍ଧୁକ ମୁନେ
       ପ୍ରାଣୀଟି ସିନା ମରେ,
ମଣିଷ କେତେ ଦୁର୍ଲ୍ଲଭ ଜ୍ଞାନୀ
      ଏଥିରୁ ଜଣାପଡ଼େ।
ମାୟା କପଟ ନର‌ ବ୍ୟତୀତ
      ପଶୁ କି ପକ୍ଷୀ ଜାଣେ,
ସ୍ଵାର୍ଥ କିଭଳି ଜାଣନ୍ତି ନାହିଁ
      ନିର୍ଜୀବ ପଶୁମାନେ‌।
ଯଦି ଜାଣନ୍ତା‌ ଷଣ୍ଢକି‌ ରାସ୍ତା
      ମଝିରେ‌ ଶୋଉଥାନ୍ତା‌,
ଗାଡି ମଟର ଭୟ ସଂକୁଳ
      ରାସ୍ତା ମରଣ ଯନ୍ତା।
ଯମଠୁଁ ବଡ଼ ମଣିଷ କାଳ
     ଜୀବଜନ୍ତୁଙ୍କ ପାଇଁ,
ତଥାପି ଆମେ ବାଟ ଚାଲିବା
     ଯେଝା‌ କରମ‌ ନେଇ।
ଛେଳି ପାଳିକି‌ ଟଙ୍କା ପାଇଁକି
      ବିକୁଛେ କଂସେଇକୁ,
ବିକିଲା ବେଳେ ଚାହିଁଛେ କେବେ
       ଛେଳିର‌ ମୁହଁଟିକୁ।
ଶୁଣ ମାଲିକ ମରଣ ପାଖ
       ଆଜି ଯାଉଛି ମୁହିଁ,
ଟଙ୍କା ପାଇଁକି ଦେଲ ହେ ବିକି
       ଏଡେ ନିଷ୍ଠୁର ହୋଇ‌।
ଆମ ରକତ ଭାରି ମିଠା ତ
       ଅସୁର ପିଇ ଯାଏ,
ମଣିଷ ହସ୍ତେ ମରିବା ପାଇଁ 
       ଆମ ଜନ୍ମ କି ହୁଏ?
ଏଇ ବସୁଧା‌ ପଶୁ ମଣିଷ 
        ସଭିଙ୍କ ବାସସ୍ଥଳ‌,
ଆମର କାହିଁ ଅଦିନେ‌ ପୁଣି 
       ସରିଯାଉଛି ବେଳ।
ମଣିଷ ଦେହେ ଦିବ୍ୟ ଚେତନା 
       ଯଦିବା‌ ଅଛି କୁହ,
ତେଣୁ ହିଂସ୍ରତା‌ ଛାଡି ଦିଅ ହେ
       ସଭିଙ୍କୁ ଭଲ ପାଅ‌।
କ୍ଷମା ଅଟ‌ଇ ମହତ ଗୁଣ
       ନମ୍ରତା‌ ବଡ଼ ପଣ,
ସତ୍ୟ ଅଟ‌ଇ ଜୀବନ ରାସ୍ତା
       ମୁକତି ଅଟେ‌ ପ୍ରେମ।
(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା 
    ମୋ - ୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy