STORYMIRROR

Bhagirathi Mohanty

Abstract Classics Inspirational

4  

Bhagirathi Mohanty

Abstract Classics Inspirational

କିଏ ବଡ

କିଏ ବଡ

1 min
255

ଦେଶ ଆଗ ନିଜ ସ୍ଵାର୍ଥ ପଛେ 

ବୋଲି ନେତା ମୁଖରେ ପ୍ରଚାର,

ସୁଭାଷ , ସୁରେନ୍ଦ୍ର ନିଜ ସୁଖ ତେଜି,

ଦେଶ ହିତେ ଅଗ୍ରସର।


ଅତ୍ୟନ୍ତ ନିର୍ଭୀକ ଅତି ବୁଦ୍ଧିମାନ 

ଥିଲେ ଦୁଇ ଦେଶପ୍ରେମୀ,

ସ୍ବାଧୀକାର ପାଇଁ କରିଲେ ସଂଗ୍ରାମ,

ନମ କରି ମାତୃଭୂମି।


ଯେମିତି ବଚନ ସେମିତି ଯେ କାମ,

କିବା ରାତ୍ରୀ କିବା ଯାମ,

ସ୍ବରାଜ ସପନ ମନ ନିଗମନ,

ବାଜି ଲଗାଇ ଜୀବନ ।


ଦୁଇ ତ୍ୟାଗ ବୀର ଅତି ବଳିୟାର

ଦୂର୍ଦ୍ଧସ ଯେ ଦୁର୍ନୀବାର ,

ଆହ୍ବାନ କରନ୍ତି ଗୋରା ସାଇବର,

ଏ ଦେଶୁ ହୁଅ ବାହାର ।


ବିପ୍ଳବୀ ସୁରେନ୍ଦ୍ର ଛାଡି ରାଜ ପୁର,

ବଣ ପାହାଡରେ ବାସ,

ନେତାଜୀ ଛାଡିଣ ନିଜ ମାତୃବାସ ,

ବିଦେଶେ ହେଲେ ପ୍ରବେଶ ।


ଦେଶେ ଦେଶେ ବୁଲି ମତ ଠୁଳ କଲେ,

ଭେଟିଲେ ସେ ହିଟଲର, 

ଆଜାଦ୍ ହିନ୍ଦ୍ ଫୌଜ ଗଠନ କରିଲେ,

ବନ୍ଦେ ମାତରଂ ଉଚ୍ଚସ୍ବର।


ଫଳି ଆସୁଥିଲା ସୁନାର ଫସଲ ,

ବିଗାଡିଲା ସବୁ ଝଡ଼,

ଚାହୁଁ ଚାହୁଁ ଦୁଇ ବିଦ୍ରୋହୀ ନେତାଙ୍କ

ଯୋଜନା ଯେ ଗଡବଡ ।


ଅଧା ରହିଗଲା ରାତି ପାହିଗଲା,

ମରଣାଳୟ ଗମନ,

ଅଶୀଗଡେ ଶେଷ ନିଃଶ୍ୱାସ ଛାଡିଲେ,

ସୁର ବୀର ମହାତ୍ରାଣ ।


ସୁଭାଷ ସୁବାସ କରି ବିତରଣ , 

ବ୍ୟୋମଜାନେ ହେଲେ ଲୀନ, 

ଏ କ୍ଷଣେ ଭାଵୁଛେ କେଡେ ଦେଶପ୍ରେମୀ,

ଥିଲେ ଦୂଇ ପ୍ରାଣ ଜାଣ ।


ତୁମ ଦୁହିଁଙ୍କ ର ପାଦ ର ଜୁହାର , 

କରୁ ଆମେ ବାରମ୍ବାର, 

ଫେରିଆସ ଦୁହେଁ ଏ ସଂକଟ କାଳେ,

ଗଢ ଏ ଦେଶ ତୁମର ।


Rate this content
Log in

Similar oriya poem from Abstract