STORYMIRROR

Pranati Panda

Abstract

3  

Pranati Panda

Abstract

କିଏ ଆପଣାର ,ପର

କିଏ ଆପଣାର ,ପର

1 min
192


ଭଙ୍ଗା ହୃଦୟଟା ନିର୍ଲିପ୍ତ ନୟନେ

      ହଜିଲା ସପନ ଖୋଜେ,

କଟୁ ତାତ୍ସଲ୍ୟର ଅପମାନ ଢ଼ୋକି

     ଲୁହରେ ତକିଆ ଭିଜେ ।


ତାତ୍ସଲ୍ୟ ଭାଷାରେ ଆତ୍ମା କଲବଲ

        ମରଣ ଠାରୁ ବି ବଳି,

ଜୀବନଟା ଯେହ୍ନେ ମରୁସମ ଲାଗେ

         ପ୍ରତିଟି ମୁହୂର୍ତ୍ତ ଜଳି।


ମନ ମଶାଣିରେ ଜଳିବା ପାଇଁକା

       ଆଉ ବୋଧେ କିଛି ନାହିଁ,

ଅବିଶ୍ବାସ ଭରା ଦୁନିଆଁ ଭିତରେ

       ବିଶ୍ୱାସ ଖୋଜଇ କାହିଁ।


କିଏ ପର ଏଠି କିଏ ଆପଣାର

      ସମୟ ଦେଖେଇ ଦିଏ,

ଆପଣା ଭିତରେ ପର ହୋଇଯାଏ

        ପର ତ ଆପଣା ହୁଏ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract