STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Fantasy

3  

ପ୍ରିୟଦର୍ଶିନୀ ମହାନ୍ତି

Fantasy

କିଛି ଥାଉ ଗୋପନରେ

କିଛି ଥାଉ ଗୋପନରେ

1 min
257


ଖୁବ ଭାବେ

ଆଗକୁ ବଢାଏ ପାଦ

କହିଦେବି କି...!!

ମୋ ମନ ଗହ୍ୱରରେ 

ଅଙ୍କୁରିତ ହେଉଥିବା

ସବୁ ଭାବନାକୁ,

ଖୋଲିଦେବି କି

ମୋ ହୃଦୟକୁ 

ପରସ୍ତ ପରସ୍ତ କରି,

ଉପସ୍ଥାପନା କରିଦେବି କି

ମୋ ଅସୁମାରୀ ଆବେଗକୁ....


ନା, ଏବେ ନୁହେଁ..


ଧେତ୍ ... !!

ପ୍ରେମ କ'ଣ ଓଠ ଖୋଲି 

କହବା ଜିନିଷ..

ଏ ତ ଅନୁଭବର କଥା

ମନର ମଣିଷକୁ

ବୁଝିଯିବାକୁ ହୁଏ ମନର ଭାଷା...


ସାହସ ହୁଏନି

ମନ ଖୋଲି କହିବାକୁ ..

ଆଗକୁ ବଢ଼ାଇଥିବା ପାଦ

ପୁଣି ପଛକୁ ଫେରାଇଆଣେ...

କାଳେ ଶସ୍ତା ହୋଇଯିବ କି ମୋ ପ୍ରେମ

ସଂସାର ହାଟରେ


କିଛି ସମୟ ସେ ନିଅନ୍ତୁ

ମୋ ହୃଦୟକୁ ପଢିବାକୁ..

କିଛି ସମୟ ମୁଁ ବି ପାଇଯିବି

ଆଉ ଟିକେ ଅନ୍ତରଙ୍ଗ ହେବାକୁ।

ନଚେତ..

ସବୁ ଥାଉ ଗୋପନରେ ଚିରକାଳ

ଚିତା ହୋଇ ଜଳିଯାଉ

ସରିଯାଉ ଆୟୁକାଳ।


Rate this content
Log in

Similar oriya poem from Fantasy