STORYMIRROR

Rabindra kumar Sahoo

Tragedy Crime

3  

Rabindra kumar Sahoo

Tragedy Crime

କିଆଁ କ୍ଷତିକର ଦେଶ ମାତୃକାର

କିଆଁ କ୍ଷତିକର ଦେଶ ମାତୃକାର

1 min
206

   ଆରେ ଚାଟୁକାର

     ଆରେ ଟାଉଟର

    କିଆଁ କ୍ଷତିକର

      ଦେଶ ମାତୃକାର ?

    ହୋଇ ସ୍ଵାର୍ଥପର

     ଭାଙ୍ଗ ପରଘର

     କିବା ସୁଖ ଶାନ୍ତି

    ପାଅ ଆରେ ଚୋର

     ଦେଖ ଟିକେ

     ନିଜେ ନିଜ ସାମର୍ଥ୍ୟ ତୁମର

    କିମ୍ପା ସଚ୍ଚୋଟ ଜନଙ୍କୁ

      କର ହରବର

      କିଆଁ କ୍ଷତିକର

     ଗାଁ ଗଣ୍ଡା ଦେଶ ମାତୃକାର ?

      ଦେଶର ସମ୍ପତ୍ତି ଲୁଟ

      କିଆଁ ଆରେ ମୁଢ ମତି

     ଭୁଲି ହିତାହିତ ଜ୍ଞାନ

      ହୋଇ ତୁମେରେ ଅଜ୍ଞାନ

     ଦେଶ ପ୍ରୀତିରେ ନ ଦେଇ ଧ୍ୟାନ

      କର ସବୁ ହୀନ କର୍ମମାନ

       ପରଧନ ଲୁଟି, ପର ତଣ୍ଟି କାଟି

       ପର ଚୁଗୁଲି ଚପଟେ

        ରଖ କିମ୍ପା ତୁମ କୁମତି ?

       ମାନବ ଜନ୍ମକୁ କରୁଛ ନିକୃଷ୍ଟ

       ଦେଶ, ଜାତିକୁ କରି ନଷ୍ଟ ଭ୍ରଷ୍ଟ

      ସତ୍ୟାର୍ଥୀ, ନ୍ୟାୟୀ, ଧର୍ମୀମାନଙ୍କୁ

       କିଆଁ କର ଆରେ କ୍ଷତ

      ନିଜ ବୁଦ୍ଧି ବଳେ

          କିଛି ସୁକର୍ମ କର

      ସୁଜ୍ଞାନୀ, ସତ୍ ଜନଙ୍କୁ

       ତିଳେ ସହଯୋଗ କର

      କିଛି ପୁଣ୍ୟ କର୍ମ

         ଜୀବନେ ତ କର

     କିଆଁ କ୍ଷତିକର ଦେଶ ମାତୃକାର ?

      ପରୋକାରେ ଦିଅ ମନଧ୍ୟାନ

       ସମାଜ ସେବାରେ

        ରଖ ବାରେ ଧ୍ୟାନ

       ପରନିନ୍ଦା, ପରଚର୍ଚ୍ଚାରୁ

       ମନକୁ ତବ ନିବୃତ୍ତ କର

      ହୁଅନି ଅଜ୍ଞାନ

      ସତ୍ ପଥ, ଧର୍ମ ପଥକୁ ନ ହୁଡି

      ସଉଚ୍ଚ ମନା ବ୍ୟକ୍ତିଙ୍କ ପ୍ରତି

       ନ ହୁଅ ଈର୍ଷାପରାୟଣ

      ଛାଡି ବୁଦ୍ଧି ହୀନ

      ହୋଇ ଧର୍ମକର୍ମ ପରାୟଣ

       ଭାଳିବାକୁ ଚେଷ୍ଟାକର

      ସେବା କରିବାକୁ ଦେଶ ମାତୃକାର ।

      ଦେଖ ପରିବେଶ, ଚିନ୍ତ ତୁମ ଦେଶ

      ଗାଁ ଗଣ୍ଡା ସହର, ନଗରର

       ପ୍ରଗତିରେ କରି ମନୋନିବେଶ

       ହସି ହସାଅ ସଭିଙ୍କର

        ପରିବାର ଓ ଆମ ସମଗ୍ର ବିଶ୍ଵ ।

        ପୁଞ୍ଜିର ଆଳରେ

         ନ ଭାଙ୍ଗ ଅନ୍ୟର ଥାଳରେ

        ବିରହେ ଆନନ୍ଦ

          ଅନୁଭବ ନ କରରେ

      ଜୀବନର ଅନ୍ୟନାମ ମିଳନ

       ସୃଷ୍ଟିର ପ୍ରଥମ ସୋପାନ ମିଳନ

        ମିଳନ ହିଁ ପ୍ରତୀକ ଶାନ୍ତିର

        ସହଯୋଗ, ସୁସଙ୍ଗତ ହିଁ

         ପ୍ରତୀକ ମୁକ୍ତିର

        ଅସତ୍ ପଥ, ଅସତ୍ କର୍ମ,

       ଅସତ୍ ଚିନ୍ତା କର କିଆଁ

       ଆରେ ଟାଉଟର ଦଳ

       ଦେଶର ସମ୍ପତ୍ତି,

         ପରିବାରର ବିଭକ୍ତି

      ଗାଁ ଗଣ୍ଡା ଦେଶେ,

        ବିଶ୍ଵେ ରଚି ଭେଦ ନୀତି

      କିମ୍ପା ପରିବେଶକୁ ବିଷାକ୍ତ କର

      ସୁକର୍ମ ପାଇଁ ତିଳେ

          ହୁଅରେ ତତ୍ପର

       ଅନ୍ୟାୟ ଅନୀତି ମାର୍ଗେ

          ସ୍ଵଜନ ମାନଙ୍କର,

        ସତ୍ୟାର୍ଥୀ ମାନଙ୍କର

      କିଆଁ କ୍ଷତି କର

       କିଆଁ କ୍ଷତିକର ପୁଣି

           ଦେଶ ମାତୃକାର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy