STORYMIRROR

Anirudha Kund

Classics

3  

Anirudha Kund

Classics

କି ମାଗିବି ତୋତେ

କି ମାଗିବି ତୋତେ

1 min
11.6K


 

ଘୃଣ୍ୟ ଜୀବନରେ  ପୁଣ୍ଯ ପାଇବାକୁ

         ଶ୍ରୀକ୍ଷେତ୍ର ମୁହିଁ ଆସିଛି

ଦେଖି ବଡ ଦାଣ୍ତ ମନ ମୋ ଉଦଣ୍ତ

        ସୁଖ ମାଗିବି ରେ କିଛି ।୧।


ଶରଧା ବାଲିର କଅଁଳ ପରଶ

       ପତିତ ପାବନ ନେତ

ଶିହରଣ କରେ ଅନ୍ତର ଆତ୍ମାରେ

       ପଣ୍ତା ପାପ ଛଡା ବେତ ।୨।


ରତ୍ନ ସିଂହାସନେ ଶ୍ରୀଅଙ୍ଗ ମାଧୁରୀ 

        ଦିଶୁଛି କି ମନଲୋଭା 

ନୟନ ଯୁଗଳ   ଲୁହ ଛଳ ଛଳ

      ଦେଖି କୃପାମୟ ଶୋଭା ।୩।


ଆସିଥିଲି ମୁହିଁ  କେତେ ଆଶା ନେଇ

       ମାଗିବି ରେ ତୋତେ କିଛି

 ଦେଖି ତୋ ଶ୍ରୀମୁଖ ମାଗିବାର ସୁଖ

        କ୍ଷଣକେ ମୁହିଁ ଭୁଲିଛି ।୪।


ପାରୁ ନାହିଁ ଜାଣି ଆହେ କୃପାମଣି

      କି ମାଗିବି ତେତେ ମୁହିଁ

ମାଗୁଣି ମୋହର କାଳିଆ ଠାକୁର

       ହଜିଯାଏ ତୋତେ ଚାହିଁ ।୫।


🙏🙏ଜୟ ଜଗନ୍ନାଥ🙏🙏


Rate this content
Log in

Similar oriya poem from Classics