କି କହିବି ମୁହିଁ
କି କହିବି ମୁହିଁ
ତା ଲେଖିବି ମୁହିଁ ହୃଦେ ଗୁଞ୍ଜେ ଯାହା
ରଚନା କରିବି ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରଚି ଦେବି ତାହା ମୁହିଁ
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରଚନା କରିବି ମୁହିଁ !!
ଏ ମାନବ ଜାତି ବଡ଼ ସ୍ୱାର୍ଥପର
ସମ୍ପର୍କର ମୂଲ୍ୟ କାହିଁ
ନିଜ ଯେ ନିଜର ହେଉ ଅଛି ଶତ୍ରୁ
ନାହିଁ ବୁଦ୍ଧି ଜ୍ଞାନ ତହିଁ
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରଚନା କରିବି ମୁହିଁ !!
ନାରୀ ଗୃହ ଲକ୍ଷ୍ମୀ କହୁଛି ଜଗତ
ନାରୀ ବିଷଧାରୀ ତହିଁ
ବିଷ ଭରି ଦିଏ ଭାଇ ଭାଇ ମଧ୍ୟେ
ହିଂସାଦ୍ୱେଷେ ବିଷମୁହିଁ !!
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରତନା କରିବି ମୁହିଁ !!
ଘର ଭାଙ୍ଗି ଦିଏ ନିଜ ସ୍ବାର୍ଥ ପାଇଁ
ଧନ ଓ
ସମ୍ପଦେ ତହିଁ
ବନ୍ଧୁ ଓ କୁଟୁମ୍ବ କରେ ବଦନାମ
ଗର୍ବ ଅହଙ୍କାରେ ଯହିଁ
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରତନା କରିବି ମୁହିଁ !!
ନାହିଁ ପ୍ରେମ ଶ୍ରଦ୍ଧା ସମଭାବ କାହିଁ
ପ୍ରପଞ୍ଚ ଟି ପଛେ କରେ
ହିଂସା ଓ କପଟ ଶିକ୍ଷା ସନ୍ତାନଙ୍କୁ
ଶକ୍ତି କାର ବର୍ଣ୍ଣିବରେ
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରଚନା କରିବି ମୁହିଁ !!
ଭାବନା ତାହର ଭଲ କରୁ ଅଛି
କରୁ ଅଛି ନିଜ କ୍ଷତି
ଚକାନୟନରେ ଦେଖୁଛି ଠାକୁର
କାଳିଆ ବ୍ରହ୍ମାଣ୍ଡ ଜ୍ୟୋତି
ରଚି ଦେବି ତାହା ମୁହିଁ
କହି ଦେବେ ତାହା ଜଗା ମୋ କାଳିଆ
ରଚନା କରିବି ମୁହିଁ !!