କି ଅଛି ଅଭିପ୍ରାୟ !
କି ଅଛି ଅଭିପ୍ରାୟ !
ନା ଦରକାର ରାଜମହଲ,
ନା ଲୋଡା ହେବ ତାଜମହଲ,
ତମେ ପାଶେ ଖାଲି ଥିଲେ ମୋହର,
ମିଠା ମିଠା କଥା କହୁଥିଲେ ପଦେ ଦିପଦ,
ସେଇ ହେବ ମୋ ପାଇଁ ସ୍ଵର୍ଗମହଲ l
ହଁ ସତେ କଣ କହୁଛି, କଣ ଶୁଣୁଛି କାନ,
ଗୀତ ଗାଉଥିଲେ ସ୍ତ୍ରୀ ବେସୁରା ଛନ୍ଦରେ,
ଥରକୁ ଥର ପୁନରାବୃତ୍ତି ହେଉଥିଲା ଗୀତର,
ରାମବାବୁ ହୋଇଗଲେ କ୍ଷଣେ ବିହ୍ଵଳ l
ଆଜି ଦିନ ଯାକ ତେବେ ତମ ପ୍ରୀତି ପାଶେ,
ବାନ୍ଧି ହୋଇ ରହିଯିବି କାମ ଧନ୍ଦା ସବୁ ଛାଡି,
ତେବେ ଯାଅ ଆଳୁଚପ୍ ପକୋଡି ସଙ୍ଗେ,
କରି ଆଣି ଦିଅ ଅଦା, ତେଜପତ୍ର ଚା ଟିକେ l
ଚାହୁଁ ଚାହୁଁ ସବୁ ମିଳିଗଲା ତତକ୍ଷଣାତେ,
କିନ୍ତୁ କି ଉଦ୍ଦେଶ୍ୟ ଏଇ ସହାସ୍ୟ ବଦନରେ,
ଆଉ କବିତ୍ୱ ଭାଷଣର ପଛ ପଟେ,
ଜଣା ପଡିଲାନି ତାର ଆଭାସ କିଛି ଏ ଯାଏ l
ସପ୍ତାହେ ବିତିଲାଣି ଆରମରେ ଆଉ ଆନନ୍ଦରେ,
ଉଦ୍ଦେଶ୍ୟର ସୂଚନା ମିଳି ପାରୁନି ଏଯାଏ,
ଏତେ ହାସ୍ୟ ରସ ମିଳୁଛି କଣ ଖାଲି ମାଗଣାରେ,
ପୁଣି ଏତେ ମାତ୍ରାରେ ପ୍ରଥମଥର ଜୀବନରେ l
ଦିନେ ବେଳ କାଳ ଦେଖି ନିରୋଳାରେ କହିଲେ ପତ୍ନୀ,
ଯିବି ବାପଘର ଆରମାସ କୁମାରପୂର୍ଣିମାରେ,
ଭଉଣୀର ବାହାଘର ବି ସେତେବେଳକୁ ହୋଇ ଯାଇଛି ଠିକ୍,
ବାପା ଦେଇଛନ୍ତି ଚିଠି, ହେଇଟି ଦେଖ ଆଖି ଖୋଲିକି l
ସୁନା ଖଡୁ ଦିଟା, ପାଟ ଶାଢୀ ଟାଏ,
ଯୋଗାଡ଼ କରିଦେଲେ ମୋ ପାଇଁ,
ପିନ୍ଧିକରି ଯାଆନ୍ତି, ଖାଲି ତୁମରି ସମ୍ମାନ ପାଇଁ,
ମୋର କିନ୍ତୁ ତୁମ ବିନା ଏ ଜୀବନେ ଆଉ କିଛି ଲୋଡା ନାହିଁ l
ଏଠି ଯାଇ ଅଛି ପ୍ରେମର ରହସ୍ୟ, ବୁଝିଗଲେ ନିମିଷକେ,
ଏତେ ସୁଆଦିଆ ପ୍ରେମ ପରେ ମନା କଣ କରିହବ କାହାରେ,
ବିକ୍ରି ପଛେ ହୋଇଯିବେ ଯାଇ ପର ଦୁଆରେ,
ଆଣିବାକୁ ପଡିବ ଏ ସବୁ ସାମଗ୍ରୀ ପ୍ରେମ ଖାତିରରେ l
ମନେ ମନେ ଭାବୁଥିଲେ ମାଗିଥାନ୍ତା ଯଦି ତାଜମହଲ,
ବେଶୀ ଭଲ ହୋଇଥାନ୍ତା, ଝମେଲାରୁ ମୁକ୍ତି ମିଳିଥାନ୍ତା,
ଏବେ ହଁ କରି ଦେଇଥାନ୍ତେ, ମଲା ପରେ ତାଙ୍କ ଦେଖା ଯାଇଥାନ୍ତା,
ଅବସ୍ଥା ଦେଖି ସେତେବେଳେ କରିଥାନ୍ତେ ସେ ବ୍ୟବସ୍ଥା l
କିନ୍ତୁ ଏବେ ଏତକ ଆଣିବେ ସେ କୋଉଠୁ,
କହିଦେଲେ ହଁ ଦେବେ, ସିନା ମୁଁହ ଜୋରରେ,
ଏବେ ଓଭର ଟାଇମ କରି ମାସ ପରେ ମାସ,
ବଳ ବୟସ ସାରି ହୋଇ ଯିବେ ସେ ସର୍ବନାଶ l