ଖୁସିର ବର୍ଷା
ଖୁସିର ବର୍ଷା
ବର୍ଷା ଆସିଥିଲା ଶରତରେ
ଶୁଭେଚ୍ଛାର ମଧୁ ବାରି ଧରି
ଶୀତକୁ ଆହ୍ୱାନ କରି ଚାଲିଗଲା ---
ଏବେଠୁ ପ୍ରସ୍ତୁତି ପର୍ବର ଆରମ୍ଭ ହୋଇଛି
ଶୀତ ବସ୍ତ୍ର ସଙ୍ଗେ ଶୀତଳ ମନର ଉଷ୍ମତାକୁ
ଆପଣାର କରି ଆପଣେଇ ନେବାକୁ
ବର୍ଷା ଭିଜା ପ୍ରିୟାର
ନରମ ଗରମ ତନ୍ମୟ ତନୁର ରୁଦ୍ଧ ଶ୍ୱାସକୁ
ଆଉ ଟିକେ ଅଧିକ ନିଜର କରିବା ପାଇଁ
ରିମ୍ ଝିମ୍ ବର୍ଷାର ହୃଦୟ ଭରା ମଉଜକୁ
ଆସ ଦୁଇ ପ୍ରାଣ ଦୁଇ ମନ ଏକାକାର କରିନେବା
ଆଉ ଏକ ସୁନ୍ଦର ସୃଷ୍ଟି ରଚିବାକୁ ।
ବର୍ଷା ଆସିଥିଲା ---
ତା'ର ପହିଲି ଟୋପାରେ ଚୁମି ଯିବାକୁ
ତା ପ୍ରତୀକ୍ଷାରେ ଶବ୍ଦାୟିତ କଅଁଳ ଭୃଣଟିକୁ
ଅବା ଚାତକର ମର୍ମଭେଦୀ ଜ୍ୱାଳାକୁ
ବେଳେବେଳେ ମୋ ପ୍ରିୟାର ଉନ୍ମାଦିତ ବକ୍ଷକୁ।।