STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଖୁସି

ଖୁସି

1 min
364


ହଠାତ୍ 'ଖୁସି' ସହ ଦେଖା ହୋଇଗଲା

ମାଷ୍ଟର କ୍ୟାଣ୍ଟିନ୍ ଛକରେ।

ମୁଁ ଯେଉଁ ଖୁସିକୁ 

ପାଗଳ ଭଳି ଖୋଜୁଥିଲି

ସେ କିନ୍ତୁ ସେଇ ଖୁସି ନ ଥିଲା।


ପାହାନ୍ତି ଆକାଶର 

ବିଭୋର ତାରାଟିଏ

ଥିରି ଖସୁଥିଲା

ଚୁପ୍ ଚାପ୍ ଯେମିତି

କହୁଥିଲା ଜୀବନେ ତା

କେହି ଜଣେ 

ହୃଦ କବାଟ

ଠକ୍ ଠକ୍ କଲା

ବନ୍ଦ ଦରଜା ସେ ପାଖେ।


ଖୋଲିଲା

କେବେଠୁ ଜାମ ହୋଇଥିବା

ତା ଦରଜ ହୃଦ ଦରଜା

ଏ କଣ??

କାହାକୁ ଦେଖିଲା!!

ନିହାତି ଅଚିହ୍ନା

ନିହାତି..

କିନ୍ତୁ ଗୋଟା ପଣେ 

ଵିଲ୍ କୁଲ୍ 

ଲାଗୁଥିଲା 

ନିଜର ନିଜର

ବାସୁଥିଲା

ମତୁଆଲା କରି।


ତା ସ୍ୱର

ଚମତ୍କାର ଥିଲା

ଚମତ୍କାର ଥିଲା ତା ପ୍ରବଣତା

ଯଦିଓ ଆଖିରେ କିଛି ଲୁଚିଥିଲା

ପଢି ପାରିଲାନି 

ଠକି ଗଲା

ଯେତେବେଳେ ଏସବୁ ଜାଣିଲା

ପତଙ୍ଗ ପରି ନିଆଁ ସହ ଖେଳି ସାରିଥିଲା।


ଖୁନ୍ଦି ଖୁନ୍ଦି ଥିଲା ଅନ୍ୟକୁ ଦିଶୁଥିବା

ଖୁସି 

ଯାହା କହୁଥିଲେ ଅନ୍ୟମାନେ

ସେ କିନ୍ତୁ ଅନୁଭବ କରୁଥିଲା

ସବୁ ଐଶ୍ୱର୍ଯ୍ୟ ଅୟସ ଭିତରର

କିଛି ଗୋଟେ

ହଜି ଯାଉଛି ଜୀବନରେ

ସବୁ ଜାଣି ବି

ସେଇ ଶଗଡ଼ ଗୁଳାରେ

ଚାଲିବାକୁ

ବାଧ୍ୟ ସାରୀ

ପିଞ୍ଜରାରେ

ଡେଣା ଫଡ୍ ଫଡ୍

କରୁଥିଲା।


କଥା ଶେଷେ

ବ୍ୟଥା ମୋ ବଢିଲା

ଗୋଟିଏ ନିଷ୍ପତ୍ତି

ବହୁତ କିଛି ବଦଳାଇ ପାରେ

ଶୋଷିଲା ମନ

ତୃପ୍ତ ହେଲା ନିଜ ରାସ୍ତା ନିଜେ ତିଆରି କରିବାରେ !

ଶୋଷ କଣ ଜୀବନରେ

ମରି ପାରେ!!

ଏ ପ୍ରଶ୍ନର ଉତ୍ତର

ଖୋଜିବା ଶେଷ ହୋଇନି

ଏଯାଏ କାହା ଜୀବନରେ

ନିର୍ବୋଧ ହୃଦୟ ଖୁସି

ଠିକିଗଲା ଗୋଟାପଣେ।


Rate this content
Log in

Similar oriya poem from Tragedy