STORYMIRROR

Amita Dash

Abstract Tragedy Others

3  

Amita Dash

Abstract Tragedy Others

ଖୁଦ ମଳୁଖ

ଖୁଦ ମଳୁଖ

1 min
343


ଡାହାଣ ଆଖି ଡେଉଁଛି ଫଡଫଡ

 ବାହୁଡା଼ଇ ନେବୁ କି ରେ କାଳିଆ 

ତୋ ସ୍ବର୍ଗ ଦ୍ବାର।


ତୋ ଡୋରି ଲାଗିଲେ ଭକତ ପୁରୀ ଆସିବ

ନେଇଯିବୁ ମୋ ଶବ ତୋର ଶ୍ରୀ କ୍ଷେତ୍ର

ରାତିରେ ନ ନେଇ ଦିନରେ ନେବୁ

ଶୁକ୍ଲପକ୍ଷ ର ଭଲ ତିଥିଟେ ଦେଖିବୁ

ଗାଁ ମଶାଣି କୁ ଯମା ନ ନେବୁ


ଏଇ ପୁଅଟି ଯିଏ ଘରକୁ ଆସୁଚି ନିତି

ଜାଣିନି ତା ବାପା କିଏ ତା ଘର କୋଉଠି

ତଥାପି ତାକୁ କହିଛି ତା ବାପାକୁ କହି ପୁରୀ ଟିକେ ନେଇ ଯିବେ ଯେମିତି

ମୋ ମରିବା ପରେ ଯୋଉ ଜିନିଷ ଦରକାର 

ସବୁ ଯୋଗାଡ଼ କରିଚି


ଆରେ ଗୋବିନ୍ଦା ଖାଇବୁ ଆ

କେତେବେଳୁ ବସିଲୁଣି କିଛି କହୁନୁତ

ମୁଁ କାଳିଆ କୁ ଆଗୁଆ ସବୁ କହି ଦେଇଚି 

ଜୀବନ ଯାକର ସବୁ ସଞ୍ଚିତ ଠଣାରେ ରଖିଚି

ତୁଳସୀ କାଠ ଦି ଖଣ୍ଡ ଭାଡିରେ ପଡ଼ିଛି 

ଭୁଲି ବନି ନବାକୁ ଯେମିତି


ଏ ଭଙ୍ଗା ଚାଳିଆ କୋଉ ଦିନ ମୋ ଉପରେ ଭୁଷୁଡି ପଡିବ କିଏ ଜାଣିଚି

ଦେଖୁନୁ ପୂର୍ଣ୍ଣିମା ଚାନ୍ଦ ଦିନରେ ଉଁଇଚି


ଆଜି ଛପନ ଭୋଗରେ ବାଡି କଳମ ସାଗ କୁ ମଳୁଖ ଭାତ

କାଞ୍ଜିପାଣି ସହ ବାଇଗଣ ବେସର

ତୁ ସବୁ ଦିନ ଖାଇବା ବେଳେ ପହଞ୍ଚି ଥାଉ

କୋଉଠି ତୋ ଘର କାହାର ଛୁଆ ତୁ

ପରଳ ମାଡ଼ିଲା ଦିନୁ ଯାଇ ପାରୁନି ସାହିଁ ଆଡେ ଟିକେ ବୁଲି

ପଚାରିଲେ ବି କହୁନୁ ତୋ ବାପା ନାଁ ଖୋଲି କରି

ବାପାକୁ କହିବୁ ବଡ଼ଦାଣ୍ଡରେ ମୋ ଶବକୁ ଘଡ଼ିଏ ରଖିବ

ନିର୍ମାଲ୍ୟ ଟିକିଏ ପାଟିରେ ଦେବ

ଅସ୍ଥି ମୋର ଗାଁ କୁ ନ ଆଣି ମହୋଦଧିରେ ଭସାଇ ଦେବ

ମୋ ଶବ ରେ କାଠ ଖଣ୍ଡେ ପକେଇବୁ

କି ମୋହ ତୁ ଆସିଲା ଦିନୁ ଲଗେଇ ଦେଲୁ

କୋଉ ଜନମ ରେ ମୋର କ'ଣ ଥିଲୁ।

ଏତିକି ଗୁହାରି କରୁଚି କାଳିଆ ରେ 

ଗୋବିନ୍ଦା ପାଖେ ପାଖେ ରହିବୁ ପୁରୀ ରେ

ସବୁ କାମ ଭଲରେ ସରିଗଲା ପରେ  

ଲେଉଟାଣି ନେବୁ ତୋ ଶ୍ରୀ ମନ୍ଦିର ରେ

ମୋ ଆତ୍ମାକୁ ରଖିବୁ ପତିତପାବନ ବାନା ବାଡିରେ

ବାନା ସହ ଉଡୁଥିବି ଫର ଫର ତୋ ନୀଳ ଚକ୍ରରେ

ଆଉ ପୁନର୍ଜନ୍ମ ନେଇ ଆସିବିନି‌ ଏ ମର୍ତ୍ତ ଧାମ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract