STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

କହୁଛି ମୁଁ ପିଆଜ ରାଣୀ

କହୁଛି ମୁଁ ପିଆଜ ରାଣୀ

1 min
221

ମୋ ଭାଇ ଭଉଣୀ ଶୁଣ ମନଦେଇ 

କହୁଛି ପିଆଜ ରାଣୀ,

ଶୁଣିବାକୁ କେହି ନାହିଁ ତ ଜଣେ ହେଁ

ଦୁଃଖଭରା ମୋ କାହାଣୀ


କେତେ ଆଦରରେ ବଢିଥିଲି ମୁହିଁ 

ସେନହ ଶରଧା ହାତେ,

ଧନୀ ଠାରୁ ପୁଣି ଗରିବ ପର୍ଯ୍ୟନ୍ତ 

କେତେ ସନମାନ ମୋତେ


ଗାଆଁ ଠାରୁ ପୁଣି ସହର ଯାଏ ତ

ସବୁଠାରେ ମୋ ରାଜୁତି,

ପଖାଳ କଂସାଠୁ ସୁସ୍ବାଦୁ ବ୍ୟଂଜନ

କରୁଥିଲେ କେତେ ପ୍ରୀତି


ଆଖି ପିଛୁଳାକେ ସବୁ ଚାଲିଗଲା

ବଦଳିଲା ପାଣିପାଗ ,

ମାନ ସମ୍ମାନ ମୋ ମାଟିରେ ମିଶିଲା

ଲୋକଙ୍କ ବଢିଛି ରାଗ


ମୁହଁ ମୋଡି ଦେଇ ଯାଉଛନ୍ତି ସର୍ବେ

ଆସୁନାହାଁନ୍ତି ମୋ କତି,

ପାତକ ଲାଗିବ ଛୁଇଁ ଦେଲେ କାଳେ

ଚାଲିଯିବ ତାଙ୍କ ଜାତି


କେତେ ଆଲୋଚନା କେତେ ଯୁକ୍ତିତର୍କ

କେତେ ପୁଣି ହଟ୍ଟଗୋଳ, 

ମୋ କଥାକୁ ନେଇ ସଂସଦ ଅଚଳ

ରାସ୍ତାଘାଟେ ଗଣ୍ଡଗୋଳ


କିଏ ପିନ୍ଧିଲାଣି ମାଳ କରି ମୋତେ

କିଏ ପୁଣି ମୁଦି କରି,

କେତେ ପ୍ରକାରର ବାଦ ପ୍ରତିବାଦ

ହୃଦୟ ଯାଏ ମୋ ଥରି


ହାଣ୍ଡିଶାଳ ଏବେ ଝୁରୁଛି ତ ମୋତେ

ଝୁରୁଛନ୍ତି କେତେ ପ୍ରଜା,

କବେହେବ ମୋର ନବ କଳେବର

କେବେ ମୋ ଉଡିବ ଧ୍ବଜା


ଆଖୋଜା ଅଲୋଡା ଏବେ ମୋ ଶରୀର

ଆଖିରୁ ଝରୁଛି ପାଣି,

କେବେ ସେ ସୁଦିନ ଫେରିବ କେଜାଣି

ବଂଚିଛି ମୁଁ ଦିନ ଗଣି


ଚାତକ ପ୍ରାୟ ତ ଚାହିଁ ମୁଁ ରହିଛି 

ସ୍ନେହ ପ୍ରୀତି ଟିକେ ପାଇଁ, 

ଦୁଃଖ ନିର୍ଯ୍ଯାତନା ସହି ମୁଁ ପାରୁନି

ବହେ ଲୁହ ନଦୀ ହୋଇ


Rate this content
Log in

Similar oriya poem from Abstract