Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ଖୁବ୍ ମନେପଡେ

ଖୁବ୍ ମନେପଡେ

1 min
216


ଖୁବ୍ ମନେ ପଡ଼େ

ଝିପିଝିପି ବର୍ଷାରେ

ସବୁଜ ମୋ ଗାଁ ଦାଣ୍ଡ

ଆଉ, 

ସବୁଜ ଗାଲିଚା ରେ 

ସାଧବ ବୋହୂ ମାନଙ୍କର ଭିଡ଼

ଆଉ,

କୁନି କୁନି ହାତରେ

ସେମାନଙ୍କୁ ଧରିବା-

ଅପୁରନ୍ତ ଆନନ୍ଦର ବର୍ଷା

ଯେଉଁଠି ଲିପିବଦ୍ଧ 

ପ୍ରକୃତି ସଙ୍ଗେ ହଜି ଯିବା

ଦର୍ଶନର କଥା ।


ଖୁବ୍ ମନେପଡ଼େ .

ବଡ଼ସାର୍ ଙ୍କ ଚିମୁଟା

ପୁଣି ସ୍କୁଲ ନଗଲେ

ଦୁଆର ଦୁଆର ବୁଲି

ପିଲାମାନଙ୍କୁ ସ୍କୁଲ ନେବାର ମୁହୂର୍ତ୍ତ -

ଆଉ,

ବୃତ୍ତି ପରୀକ୍ଷା ପାଇଁ ଖୋଜି ଆଣି

ପାଖରେ ପଢ଼ାଇବାର ମୁହୂର୍ତ୍ତ _

ଯେଉଁଠି ଲିପିବଦ୍ଧ 

ଶିକ୍ଷାଦାନର ମହାନତା

ଆଉ,

ଗୁରୁ ଶିଷ୍ୟ ସଂପର୍କର

ଦର୍ଶନର କଥା ।


ଖୁବ୍ ମନେ ପଡ଼େ.

ଗାଁ ର ପର୍ବପର୍ବାଣୀ

ଯେଉଁଠି ନିରଳସ ମଣିଷ ମାନଙ୍କର

ନିଷ୍କାପଟ, ଆନ୍ତରିକ

ସାଂସ୍କୃତିକ ସେବା-

ଆଉ 

ବାରିହେଉଥାଏ

ମନ ଭିତରର କ୍ଷୋଭହୀନ, ଚିନ୍ତାହୀନ

ଅସରନ୍ତି ଆନନ୍ଦ_

ଯେଉଁଠି ଲିପିବଦ୍ଧ

ସଂସ୍କୃତିକୁ ସମ୍ମାନ ଦେବା ର

ଦର୍ଶନର କଥା ଓ

ଭାଇଚାରା ଦର୍ଶନ ର କଥା ।


ଖୁବ୍ ମନେ ପଡ଼େ

ଗାଁ ଦାଣ୍ଡେ କ6ଳଇଗୋଚ୍ଛା ପୂର୍ଣ୍ଣ

ଶଗଡ଼ ଗାଡି -

ଆଉ ତା ପଛରେ ପିଲାଙ୍କର ଭିଡ

ଧାନକେଣ୍ଡା ଗୋଟାଇବା ପାଇଁ

ଆଉ,

ଚୁଡ଼ା କରି ଭୋଜି କରିବାର

ଅବ୍ଯକ୍ତ ଆନନ୍ଦ -

ଯେଉଁଠି ଲିପିବଦ୍ଧ

କେଣ୍ଡା କେଣ୍ଡା ଧାନର

ମହତ୍ତ୍ୱର କଥା

ଯେଉଁଠି ଲିପିବଦ୍ଧ

କେଣ୍ଡା ଭିତରେ ଭଣ୍ଡାରର

ଦର୍ଶନର କଥା

ଆଉ,

ପ୍ରତ୍ୟେକଟି ଦାନାର ଦର୍ଶନର କଥା ।


ଖୁବ୍ ମନେ ପଡେ

ବୋହୁ ଚୋରି, ପୁଚ଼ି ଖେଳ କଥା

ନିଃସର୍ତ୍ତ ଆତ୍ମୀୟତା ମାନଙ୍କ ଭିତରେ

ମାଟିକୁ ଆଲିଙ୍ଗନ କରିବାର ମୁହୂର୍ତ୍ତ

ଯେଉଁଠି ଲିପିବଦ୍ଧ ବିଜ୍ଞାନର କଥା,

ଯେଉଁଠି ଲିପିବଦ୍ଧ ଏକତାର କଥା

ଆଉ,

ଯେଉଁଠି ଲିପିବଦ୍ଧ -

ଆନ୍ତରିଣ ଆନନ୍ଦର ଜୀବନ ଦର୍ଶନ ।



Rate this content
Log in

Similar oriya poem from Abstract