STORYMIRROR

Goutam Mohanty

Romance Tragedy

3  

Goutam Mohanty

Romance Tragedy

ଖୁବ_ମନେପଡେ

ଖୁବ_ମନେପଡେ

1 min
113


ମନେଅଛି କି ସାଥୀ...

ସେଇ ଉତ୍ତକୀର୍ଣ୍ଣ ସମୟର ସିମ୍ଫୋନି

ଧୂସର ରଙ୍ଗର ମେଘାଚ୍ଛନ୍ନ ଆକାଶ

ପାଦତଳେ ସଂଭ୍ରମ ଘାସର ଗାଲିଚା

ପ୍ରଛଦ୍ଦପଟର ସ୍ୱପ୍ନିଳ ସବୁଜ ବନାନୀ.. ।


ଆମ ଦୁହିଁଙ୍କୁ ନେଇ ସମୟ ସେଇଠି ଅଟକେ

ପ୍ରେମର ଅତର ଛିଞ୍ଚି ସମୟ ମହମହ ବାସେ

ଅନେକଥର ସକାଳ ଯାଇ ସେଠି ସନ୍ଧ୍ୟା ଆସେ ।


ସନ୍ଧ୍ୟାପରେ ସେଠି ବିଜନତା ବଢିଯାଏ ବୋଲି

ଆଶ୍ଲେଷରେ ଭିଡିନିଅ ମୋତେ ବାହୁବନ୍ଧନରେ

ସମର୍ପଣରେ ଆମେ ଦୁହେଁ ହୋଇଯାଉ ଏକାକାର

ପ୍ରତ୍ୟେକ ସନ୍ଧ୍ୟାରେ ତୁମେ ମୋତେ ଦେଇଥାଅ

ଗଭୀର ଉଷ୍ମତାର ଚୁମ୍ବନ ଟିଏ ଉପହାର...।


.....ଏବଂ ଦିନେ ଥିଲା ବୋଧହୁଏ ଶେଷଥର

ଅଭାବନୀୟ ଓ ହୃଦୟ ବିଦାରକ ଅସ୍ପଷ୍ଟ ସ୍ୱର

ସେଇ ସିମ୍ଫୋନି ବରଂ ଅସଜଡ଼ା ଥାଇ କହିଥିଲା

ଭୁଲିବାକୁ ହେବ ଭୁଲି ନପାରି... ସାଥୀ ବିଦାୟ...!


...ଆଜି ଖୁବ ମନେପଡେ କେଜାଣି

ଇଚ୍ଛା ହୁଏ ଡାକିବାକୁ ଆ..ସାଥୀରେ... ଚାଲିଆ...

ଆଉ ଥରେ ମୋ କାନ୍ଧରେ ମଥା ରଖି ଗାଇବୁ

ନୀଲା ଆସମାଁ ସୋଗେୟା...

ନୀଲା ଆସମାଁ ସୋଗେୟା...

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance