Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ

ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ

1 min
7



ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ

କହୁଛୁ କ'ଣନା ମତେ ହେଉନି ନିଦ

ନିରୀହା ହେଉଛୁ ମିଛେ ଜାଣୁନୁ ଭେଦ

..........ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ ! ୦ !


ଚାହାଣି ହାଣୁଛୁ ଏତେ ସରମ ଭୁଲି

କାହାଣୀ ଆଣୁଚୁ କେତେ ନରମ ବୋଲି

ଛୁଆଁଇ ଦେଇଛୁ ଭଲ କାଉଁରୀ ଗଦ

..........ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ ! ୧ !


ଉଠୁଛି ବସୁଛି ଖାଲି ତୋହରି ଖୁସି

ବାହାର ଦୁନିଆ ମୋର ଗଲାଣି ଭାସି

ନିଶାରେ ପିଆଇଦେଲୁ ପୀରତି ମଦ

..........ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ ! ୨ !


ନାଚୁଛି ଗାଉଛି କେତେ ତତେ ମୁଁ ଦେଖି

ଭାବୁଚି ନିଜକୁ ଭଲା ପରମ ସୁଖୀ

ତୋ ଲାଗି ମିଳିଲା ମତେ ପ୍ରେମିକ ପଦ

..........ଖସଡ଼ା ବାଟରେ ଗୋରୀ ଦେଇଛୁ ପାଦ ! ୩ !



Rate this content
Log in

Similar oriya poem from Romance