ଖପରା ପକେଇ ସିନା ଡେଇଁଚି ପାଦ
ଖପରା ପକେଇ ସିନା ଡେଇଁଚି ପାଦ


ଖପରା ପକେଇ ସିନା ଡେଇଁଚି ପାଦ
ମୋ ସାଥେ ଖେଳିକି ତୁମେ କରିନ ବାଦ
.........ଖପରା ପକେଇ ସିନା ଡେଇଁଚି ପାଦ ! ୦ !
ଭୁଲିନି ସମୟ ତାଳେ ରଖିଛି ମନେ
ଜୀବନ ଖେଳରେ ପରା ଭେଟିଛି ଦିନେ
ମିଠାର ସୁରକୁ ତୋଳି ବୋଲିଛ ପଦ
.........ଖପରା ପକେଇ ସିନା ଡେଇଁଚି ପାଦ ! ୧ !
ଖରାପ ଛବିରେ ତୁମେ ମାଖିଛ ରଙ୍ଗ
ଭାବିଛ ନିଜର ବୋଲି ବଢ଼ିଆ ସାଙ୍ଗ
ସପନ ଆଖିକୁ ମୋର ଅଳସ ନିଦ
.........ଖପରା ପକେଇ ସିନା ଡେଇଁଚି ପାଦ ! ୨ !
ଥରିଲା ଓଠରେ ତୁମେ ଫଗୁଣ ଛୁଆଁ
ସରମ ପଣର ଆହା ଗୁଣର ନାଆଁ
ମୋ ପାଇଁ ସାଜିଛ ସିନା ପ୍ରେମର ବେଦ
.........ଖପରା ପକେଇ ସିନା ଡେଇଁଚି ପାଦ ! ୩ !