Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics

4.5  

Bhagaban Otta

Classics

ଖୋଲିଦେ ତୋର ସିଂହ ଦୁଆର

ଖୋଲିଦେ ତୋର ସିଂହ ଦୁଆର

1 min
404


ଜଗା କାଳିଆ ଖୋଲିଦେ

ତୋର ସିଂହ ଦୁଆର

ପାପୀ ତପୀଙ୍କୁ ଦର୍ଶନ

ଦିଅ ହେ କଳାଠାକୁର । (ଘୋଷା ) ।।୦୧।।


ନପାଇ ତୁମ୍ଭ ଦର୍ଶନ

ନିଜକୁ ମଣୁଛି ହୀନ,

ତୁମେ ପରା ଅନ୍ତର୍ଯ୍ୟାମୀ

ଅନ୍ତର ବାରତା ଜାଣ (୨ ଥର )

ଖୋଲିଦିଅ ତୁମେ ପ୍ରଭୁ...

ସିଂହ ଦୁଆରକୁ ତୋର। (ଘୋଷା ) ।।୦୨।।


ଅନେକ ଦିନ ହେଲାଣି

ଦେଖିନି ତୁମ ବଦନ,

ଦର୍ଶନ କରିବା ପାଇଁ

ବ୍ୟାକୁଳ ହୁଏ ମୋ ମନ - (୨ଥର )

ଦର୍ଶନ ଦିଅ ହେ ପ୍ରଭୁ...

ଆହେ ଜଗତ ଈଶ୍ୱର। (ଘୋଷା ) ।।୦୩।।


ଦର୍ଶନ ଦିଅ ଠାକୁର

ନିଜକୁ କରେ ଧିକ୍କାର,

ଶରୀର ସିନା ମୋହର

ତୁମେ ଆତ୍ମା ରାମ ମୋର - (୨ଥର )

ତୁମ ବିନା କିଏ ଅଛି...

ମୋର ସୁଖର ଦୁଃଖର। (ଘୋଷା )।।୦୪।।


ତୁମେ ପ୍ରଭୁ ଭକ୍ତଙ୍କର

ଭକ୍ତ ସର୍ବଦା ତୁମର,

ଭକ୍ତ ଦୁଃଖେ ସଦା ଦୁଖୀ

ତୁମେ ମୋ କଳାଠାକୁର (୨ଥର )

ଧନ୍ୟ ଲୀଳା ଲଗାଇଛ..

ଆହେ ଜଗତ ଠାକୁର ।(ଘୋଷା )।। ୦୫।।

ଜଗା କାଳିଆ ଖୋଲିଦେ

ତୋର ସିଂହ ଦୁଆର

ପାପୀ ତପୀଙ୍କୁ ଦର୍ଶନ 

ଦିଅ ହେ କଳାଠାକୁର

ପାପୀ ତପୀଙ୍କୁ ଦର୍ଶନ 

ଦିଅ ହେ କଳାଠାକୁର।


Rate this content
Log in

Similar oriya poem from Classics