Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Classics Others

3  

Bhagabat Sahoo

Classics Others

ଜଗନ୍ନାଥ ଭଜନ============

ଜଗନ୍ନାଥ ଭଜନ============

1 min
194



ବହୁତ ବହୁତ ବଧେଇରେ ଜଗା

ଜଣାଏ ବହୁତ ଅଭିନନ୍ଦନ

ତୋ ରଥ ଯାତରା ଦେଖିବା ସୁଯୋଗ

ଦେଇ ତୁ କରିଛୁ ମୋ ଜୀବ ଧନ୍ୟ!!(ଘୋଷା )

ବଲ୍ଳଭ ମଠରେ ଆସି ମୁଁ ରହିଲି

ସକାଳୁ ସାରିଲି ନିତ୍ୟ କରମ

ନରେନ୍ଦ୍ର ପୋଖରୀ ଜଳରେ କରିଲି

ମୋ ପାପ ଦେହକୁ ଶୁଦ୍ଧ ସ୍ନାହାନ

ତୋ ଦିଆ ଛତର ବୁଲି ମୁଁ ଖାଇଲି

ଯାହା ଜଳଖିଆ ପ୍ରସାଦ ଅନ୍ନ

ତୋତେ ଦେଖିବାକୁ ବଡ଼ଦାଣ୍ଡେ ଥିଲି

ହେଉ ଥିଲା ଦେହେ ଜଳ ସିଞ୍ଚନ

ରଥ ରୁଢ଼ ହୋଇ ଆସିଲୁ ରେ ଜଗା

କରିଲି ମୁଁ ତୋର ଦିବ୍ୟ ଦର୍ଶନ !!

ସାରା ଜୀବନର ପୁଣ୍ୟ ମୁଁ ପାଇଲି

ଧନ୍ୟ କଲୁ ମୋର ତୁଛ ଜୀବନ

ତିନି ରଥେ ତିନି ଦିଅ ଙ୍କୁ ଦେଖିଲି

ଚତୃଧା ମୁରତି ତୋ ସୁଦର୍ଶନ 

ତୋର ବଡ଼ ଦାଣ୍ଡେ ଭକତ ମେଳରେ

ତୋ ରଥ ଦଉଡି ଧରିଲି ପୁଣ 

ଏପାପି କାନରେ ଶୁଣିଲି ଆନନ୍ଦେ

ଭଜନ ଜଣାଣ ନାମ କୀର୍ତ୍ତନ

ଭାଗବତ ଭକ୍ତି ଚିତ୍ତର ପ୍ରଣତି

ସାଦରେ ଠାକୁରେ କର ଗ୍ରହଣ !!

ବଞ୍ଚି ଥିଲେ ମୁହିଁ ଡୋରୀ ଲଗେଇବୁ

ବୁଲି ମୁଁ ଆସିବି ତୋହରି ଧାମ

ତୋ ମନ୍ଦିର ବେଢା ବୁଲି ମୁଁ ଦେଖିବି

କରିବି ବିମଳା ମାଆ ଦର୍ଶନ

ତୋ ବଟ ଗଣେଶ ତୋ କଳପ ବଟ

ଦେଖିବି ଆଖିରେ ସ୍ନାନ ମଣ୍ଡପ

ତୋ ଅବଢ଼ା ଅନ୍ନ ଆନନ୍ଦେ ଖାଇବି

ବୁଲି ବୁଲି ତୋର ଅବଢ଼ା ହାଟ

କହେ ଭାଗବତ ତୋର ନାମ ଧରି

ଚାଲି ଯାଉ ମୋର ହୀନ ଜୀବନ!!


Rate this content
Log in

Similar oriya poem from Classics