ଗାଁରେ ସଂଧ୍ଯା ଘଣ୍ଟି
ଗାଁରେ ସଂଧ୍ଯା ଘଣ୍ଟି
ଚଉଁରା ମୂଳେ ବୋଉର ହାତଘଣ୍ଟିରେ ଅନ୍ଧାର ଆମନ୍ତ୍ରିତ ହୁଏ
ଆସ୍ଥା ବିଶ୍ବାସର ସାନ୍ଧ୍ରତା ନେଇ ସଳିତା ଟିଏ ପ୍ରଜ୍ବଳିତ ହୁଏ
ଅଜାଣତରେ ସନ୍ତର୍ପଣରେ ଆକ୍ଷୁଷରୁ ଦିନ ଟିଏ ଫେଡିହୁଏ
ସ୍ବଧର୍ମ ସାଧନରେ ପରିପକ୍ବତାର ଅଙ୍କ ଟିଏ ବି ଯୋଡିହୁଏ।
ଜୀବନ ଜଞ୍ଜାଳ ପାଞ୍ଜିରେ ନାଲିଗାରଟେ ଟାଣି ଗଣାହୁଏ ତିଥି
ଦିନକ'ର କର୍ମଯୁଦ୍ଧ ବିରାମରେ ପଢାଯାଏ ଭାଗବତ ପୋଥି
ନାଲି ଚା ଓ ପୋଷେ ମୁଡି ସଙ୍ଗେ ଅବସୋସର ପଣିକିଆ ଘୋଷାଚାଲେ
ଅଲଣା ଆତ୍ମପ୍ରତ୍ୟୟ ଟିକକ କାତ ପରି ବାଟ କଡେଇଚାଲେ।
ରାତିର ତମସାଠୁ ବଳି ତା' ଅଭାବୀର କଳା ରଙ୍ଗର ଚାଦର
ଫି ଥର ସରକାରୀ ଯୋଜନା ପରେ ନିଅଣ୍ଟିଆ ଚାଖଣ୍ଡେ ଉଦର
ବିକାଶର ବିକିରଣ ତାକୁ ଅମାବାସ୍ଯା ଚନ୍ଦ୍ର ସମ ମନେହୁଏ
ଚନ୍ଦ୍ର ଯାନର ସଫଳତାରେ କିନ୍ତୁ ସେ ତ୍ରିରଙ୍ଗା ଧରି ନାଚୁଥାଏ।
ଜ୍ଞାନ ବିଜ୍ଞାନ'ର ପହଣ୍ଡିରେ ପ୍ରଗତିର ନନ୍ଦିଘୋଷ ଅଗ୍ରସର
ଗାଁ ମୁଣ୍ଡ ଦେଉଳର ଶଙ୍ଖଧ୍ବନୀରେ ଶୁଭେ ଚେତନାର ଅନ୍ତଃସ୍ବର।