ଜୟ ମା ସ୍କନ୍ଦ ମାତା
ଜୟ ମା ସ୍କନ୍ଦ ମାତା
ତୁମେ କର୍ତିକେୟ ଙ୍କ ମାତା ଆହେ
ସ୍କନ୍ଦ ମାତା ଘେନ ମୋର ପ୍ରଣତି
ତୁମେ ଜଗଧାତ୍ରି ତୁମେ ମାତା ଗାୟତ୍ରୀ
ହରି ନିଅ ସବୁ ମୋର ବିପତ୍ତି
ତୁମ ନାମ ନେଲେ ଦୁଃଖ ଚାଲି ଯାଏ
ତୁମେ ମୋ ଠାରେ ସାହା ହୋଇବ
ତୁମ ପାଇଁ ମୋର କଷ୍ଟ ଦୂର ହୋଇ ଥାଏ
ମା ମୋର ତୁମ ପରି କିଏ ହେବ
କୋଳ ରେ ତୁମ ସ୍କନ୍ଦ କୁମାର ରହି ଅଛନ୍ତି
ତୁମ ମାତୃ ରୂପ କୁ ଜଗତ ଦେଖନ୍ତି
ତୁମେ ଅଷ୍ଟ ଭୁଜା ରୂପେ ମା ଦର୍ଶନ ଦେଉଛ
ଭକ୍ତ ଙ୍କ ବିପତ୍ତି ନାଶ କରି ଅଭୟ ଦେଉଛ
ତୁମ ପାଇଁ ସଂସାର ରଥ ଆଗେଇ ଯାଉ
ତୁମ କୃପା ପାଇ ଜୀବନ ଦୀପ ଜଳୁ ଥାଉ