Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.5  

Prahallad Sahoo

Abstract Classics Inspirational

ଅସ୍ୱୀକାର୍ଯ୍ୟ

ଅସ୍ୱୀକାର୍ଯ୍ୟ

1 min
337



ମନ୍ଦ କଥା ଚିନ୍ତା କରିବା ମନା

ଦ୍ବିମତେ ମଧ୍ୟସ୍ଥି ହୋଇବା ମନା ।


ପଛ କଥା ମନେ ଭାବିବା ମନା

ଅଲୋଡା କଥାକୁ କହିବା ମନା ।


ଗୁରୁ ନିନ୍ଦା କଥା ଶୁଣିବା ମନା

ଅଯଥା ପ୍ରଶଂସା କରିବା ମନା ।


ଭୋଜ୍ୟ ଦେଇ ଜନ ଗଣିବା ମନା 

ଘରେ କଲା ଖର୍ଚ୍ଚ ଲେଖିବା ମନା ।


ବିତର୍କରେ ଭାଗ ନେବାହିଁ ମନା

ଦାନ ଦେଇ ତୁଣ୍ଡେ କହିବା ମନା ।


ଶୟନେ ଦୁଶ୍ଚିନ୍ତା କରିବା ମନା

ନିଦ୍ରାରୁ ସହସା ଉଠିବା ମନା ।


ସମ୍ପର୍କରେ ବିବାଦ କରିବା ମନା

ଅଭ୍ୟାସରେ ଭ୍ରମ ଧରିବା ମନା ।


ଅର୍ଥକୁ ଅନର୍ଥ କରିବା ଶକ୍ତ ମନା 

ଖାଦ୍ୟ ଖାଇ ପୁଣି ଖାଇବା ମନା ।


ଭୁଲକୁ ସମର୍ଥନ କରିବା ବି ମନା

ଇଷ୍ଟେ ଦାନକରି ହେଜିବା ମନା ।


ମିତ୍ରରେ ଉଧାର ଦେବାକୁ ମନା

ଚୋରା ଧନ ଭାଗ ଆଣିବା ମନା ।


କଟୁକଥା ଆଗେ କହିବା ମନା

କୁଜନ ସଙ୍ଗତ କରିବା ମନା ।


ଦ୍ବିଅର୍ଥର କଥା କହିବା ମନା

ଆମିଷ ଗୋରସ ଖାଇବା ମନା ।


ଅର୍ଥ ଲୋଭେ ସୁଧ ଆଣିବା ମନା

ଦ୍ବିମିତ୍ର ବେପାର କରିବା ମନା ।


ନଡିଆ ଜଳେ କର୍ପୂର ପିଇବା ମନା

ବେଲ ସଙ୍ଗେ କେଲା ଖାଇବା ମନା ।


ପୁଅ ସାଙ୍ଗ ଝିଅ ହେବାହିଁ ମନା

ଦହି ଫଳ ରାତ୍ରେ ଖାଇବା ମନା ।


ରାତିରେ ତୁଳସୀ ଛୁଇଁବା ମନା

ନାରୀଙ୍କୁ ଗୁପତ କହିବା ମନା ।


ରବିବାରେ ଆମିଷ ଖାଇବା ମନା

ଝିଅପୁଅ ସହଶିକ୍ଷା କରିବା ମନା ।


ଓଦା ବସ୍ତ୍ରେ ପୂଜା କରିବା ମନା

ମହୁ ସଙ୍ଗେ ଘିଅ ଖାଇବା ମନା ।


ସମୟକୁ କେବେ ଭୁଲିବା ମନା

ଉନ୍ନତି ନାମେ ପଛକୁ ଫେରନା ।


ସଂଧ୍ୟାରେ ଆଳତି ଭୁଲିବା ମନା

ପ୍ରଭୁ ନାମ ଜପ ଛାଡିବା ମନା ।



Rate this content
Log in