Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ଭୋଗଡାଲା

ଭୋଗଡାଲା

1 min
164


ସମର୍ପଣର ପୁଷ୍ପଗୁଚ୍ଛ,

ଆଶୀର୍ବାଦ ସ୍ବୀକୃତ ନାଲି ସିନ୍ଦୂର

ଶାଶ୍ବତ ବିଶ୍ବାସର ଘିଅ ସଳିତା,

ମହକ ଧୂପ ପ୍ରାର୍ଥନାର

ଜୀବନ ଲୋଟାରେ ପୂର୍ଣ୍ଣକୁମ୍ଭ ଅଭିସାର,

ଭକ୍ତିପୂତ ବ୍ୟଞ୍ଜନ

ଭୋଗଡାଲା ପସରାରୁ ଜନ୍ମେ ଜୀବନ୍ମୟ

ଉଚ୍ଛ୍ବାସର ସ୍ପନ୍ଦନ। 


ବିଜ୍ଞାନର ପହଣ୍ଡିରେ ପ୍ରଗତିର

ନନ୍ଦିଘୋଷ ତୋ ଅଗ୍ରସର

ଚନ୍ଦ୍ର ଯାନର ବ୍ୟାପ୍ତ ସଫଳତା ପାଇଁ

ଭୋଗଡାଲା ବି ତୟାର

ଦିବ୍ୟସତ୍ତାର କ୍ଷୀଣ ସ୍ଫୁଲିଙ୍ଗେ,

ଜୀବନ ଆଶ୍ଳେଷର ଉତ୍ତରଣ

ଚେତନା ସ୍ମରଣେ ଲବ୍ଧ,

ଜନ୍ମ ମୃତ୍ୟୁର ସହଜ ସମୀକରଣ। 


ବସ୍ତୁବାଦୀ ଜୀବନଚର୍ଯ୍ୟାରେ ବି ସୁପ୍ତ

ଆଧ୍ୟାତ୍ମିକ ସଂକୀର୍ତ୍ତନ

ମୋହ କୋହର ସଂକୀର୍ଣ୍ଣ ଆସ୍ତରଣ ତଳେ

ଚେତନା ଉନ୍ମୀଳନ

ଦାନ ଧ୍ଯାନ, ତ୍ଯାଗ ତିତିକ୍ଷା ହିଁ

ସ୍ବତଃ ଦେବୀର ଆବାହନୀ ସ୍ତୁତି

ଭୋଗଡାଲାରେ ତୋ' ସଜାଡିନେ,

ଭାବବୋଧର ଅନ୍ତର୍ମୁଖୀ ଗୀତି। 


ଆତ୍ମବଡ଼ିମା'ର କୁହାଟେ ପ୍ରତିଧ୍ୱନିତ

ସ୍ବଧର୍ମର କବାଟ

ଭୋଗଡାଲାରେ ଖୋଜୁଛୁ ତୁ ମୋକ୍ଷ,

ମୁକ୍ତିର ଅଭୀପ୍ସିତ ମଲାଟ? 



Rate this content
Log in

Similar oriya poem from Classics