Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya kumar Pradhan

Classics

3  

Ajaya kumar Pradhan

Classics

ପ୍ରାତଃ ସ୍ମରଣୀୟ ଅଂଶୁମାନ

ପ୍ରାତଃ ସ୍ମରଣୀୟ ଅଂଶୁମାନ

1 min
167



 

ଶୁଭ ସକାଳ ରେ ବ୍ରାହ୍ମେ ମୁହୂର୍ତ୍ତ ରେ

    ନଭେ ଆସ ଦିବାକର

ମହି ମଣ୍ଡଳ କୁ ପରସି ଦିଅ ହେ

   ସୁନେଲି ଆଶିଷ କର l


ତୁମ୍ଭେ ଆସିବାରେ ମନ ଆନନ୍ଦ ରେ

   ନୀଡ଼ ତେଜି ଖଗ ଗଣ

କୁକ୍କୁଟ ବାୟସ ପିକ ରାଜହଂସ

   କରନ୍ତି ମନ୍ତ୍ର ଗାୟନ l


 ପୁଷ୍କରିଣୀ ଜଳେ କମଳିନୀ ଖେଳେ

    ମୁକ୍ତା ହାର କରେ ଧରି

 କରନ୍ତି ସ୍ବାଗତ ଆସ ଦିନ ନାଥ

   ପାହିଲା ଏବେ ଶର୍ବରୀ l


କୁଆଁରୀ ବୋହୂ ଟି ପ୍ରଭାତ ରେ ଉଠି

    ସଅଳ ସ୍ନାହାନ ସାରି

କର୍ମ କ୍ଷେତ୍ରେ ସେହୁ ତତପର ହୁଏ

     ଇଷ୍ଟ ଙ୍କୁ ପ୍ରଣାମ କରି l


ତବ ଆଗମନେ ଏ ମର୍ତ୍ତ୍ୟ ଭୁବନେ

    ସୁପ୍ତ ହୁଅଇ ଜାଗ୍ରତ

ମଠ ମନ୍ଦିର ରେ ଘଣ୍ଟି ନାଦ କରେ

    ଶ୍ରଦ୍ଧାଳୁ ସାଧୁ ଭକତ l


ରୋଗୀ ଭୋଗି ଯୋଗୀ ରବି ତବ ଲାଗି

    ସଅଳ ସଜ୍ଜ୍ୟା ଛାଡନ୍ତି

ମଧୁର ପୀୟୁଷ ଲଭିବା ପ୍ରୟାସେ 

    ଭାବି କାର୍ଯ୍ୟ ଆରମ୍ଭନ୍ତି l


ତବ ଆଗମନେ କୃଷି କ୍ଷେତ୍ରେ ଗମେ 

    ନିରୀହ କୃଷକ ଭାଇ

ଲୁହ ଲହୁ ଦେଇ କରମ କରଇ

  ଏ ସାରା ଜଗତ ପାଇଁ l


ତବ ଆଗମନେ ସୁନୀଳ ଗଗନେ

  ପାହାନ୍ତିଆ କୁଆଁ ତାରା 

ଲୁଚି ଯାଏ ଘରେ ଆନନ୍ଦ ମନରେ

   ଦିବସେ ନ ଦିଏ ଧରା l


ଦେଖି ପ୍ରାଚୀ ଭାଗ ବଢଇ ଆବେଗ

   ନାବିକ ମନ ର ଆଶା

ଦିନ ନାଥ ଙ୍କର ପହିଲି ସ୍ପର୍ଶରେ

  ଆରମ୍ଭେ କୁଳ ବେଉସା l


ମାଆ କୋଳ ଛାଡ଼ି ଦିଏ ହମ୍ବା ରଡ଼ି

  ଗୋବତ୍ସା କୋମଳ ମତି 

ଦିଅଇ ସଂକେତ ହେ ପ୍ରଭୁ ଆଦିତ୍ୟ

   ଗଗନେ ତେଜିଲ ବତି ।


ପଲ୍ଲୀ ବ୍ୟବସାୟୀ ପ୍ରଭୁ ନାମ ଗାଇ

  ଆରମ୍ଭନ୍ତି ନିଜ କର୍ମ

ଧରଣୀ ବକ୍ଷ ସଜୀବ ଦିନ ରେ

   ନ ଭୁଲନ୍ତି ନିଜ ଧର୍ମ l


ଆହେ ପ୍ରଭାକର ତପନ ଭାସ୍କର

   ଦିବ୍ୟ ଚେତନା ର ମର୍ମ 

ତୁମ୍ଭେ ବ୍ରହ୍ମାଣ୍ଡ ର ସକଳ ପିଣ୍ଡ ର

  ନିରାମୟ ଶକ୍ତି ବ୍ରହ୍ମ l


ଆହେ ଛାୟ କାନ୍ତ ଅରୁଣ ଆଦିତ୍ୟ

   ଦିବ୍ୟ ଜ୍ୟୋତି ପ୍ରକାଶନ

ପ୍ରଭୁ ଅଂଶୁମାଳି ବ୍ୟାଧି ଦିଅ ଯାଳି

   ଭାନୂ ଦେବ ଅଂଶୁମାନ l


ସବିତା ଅରୁଣ ଅର୍କ ନାରାୟଣ

   ପ୍ରଭୂ ମିତ୍ର ପଦ୍ମ କାନ୍ତ

ତୁମ୍ଭ ଲାଗି ବୃଷ୍ଟି ତୁମ୍ଭ ଲାଗି ସୃଷ୍ଟି

   ହସୁଛି ସାରା ଜଗତ l


ଅଜୟ କହଇ ସର୍ବ ଶକ୍ତି ତୁମେ

  ହେ ବିରଞ୍ଚି ନାରାୟଣ

ବିଶ୍ୱ ବ୍ରହ୍ମାଣ୍ଡ ର ସକଳ ଜୀବ ର

   ଦୁଃଖ କରନ୍ତୁ ହରଣ l


Rate this content
Log in

Similar oriya poem from Classics