STORYMIRROR

Kali Kumar

Abstract Tragedy

3  

Kali Kumar

Abstract Tragedy

ଖୋଜା ଚାଲିଛି

ଖୋଜା ଚାଲିଛି

2 mins
230

ପାଇବାର ଆକାଂକ୍ଷାରେ

ଖୋଜିବାର ବାହାନା, ତେଣୁ ଖୋଜା ଚାଲିଛି ।।

ନହେଲେ,

ହଜିଗଲା ମଣିଷଙ୍କୁ

କିଏ ଆଉ କାହିଁକି ଖୋଜୁଛି ?


କ'ଣ କିଛି ଅଟକି ଯାଇଛି କି ?

ନା, ସବୁକିଛି ଏବେ ଅଚଳ ହୋଇପଡ଼ିଛି ?


ନହେଲେ,

ହଜିଗଲା ମଣିଷଙ୍କୁ

କିଏ ଆଉ କାହିଁକି ଖୋଜୁଛି ?


ସେ ହଜିଲା ମଣିଷର ଦୁଃଖ ବି ଖୁବ୍ ସଂକ୍ରାମକ

ଅନେକ ଦିନ ଧରି ଜମାଟ ବାନ୍ଧିଥିଲା ଯେ, କିନ୍ତୁ,

ସେଦିନ ରାତିରେ ତାତି ଟିକିଏ ଅଣାୟତ ହେବାରୁ

ମେରୁର ବରଫ ପରି ତରଳି ଗଲା ସବୁତକ,

ଆଉ ମୁଣ୍ଡରୁ ପାଦ ଯାଏଁ,

ସବୁ ଅଙ୍ଗକୁ ସଂକ୍ରମିତ କରି ପକାଇଲା, ନିମିଷେ ।।


ଏଇ ଦେଖୁନ,

କେମିତି ମଥାନି କାଉଟା

କାଆ କାଆ, ଡାକ ଦେଉଛି


ତଥାପି;

ଯଦି ଖୋଜିବାର ମନ କରି ଆସିଛ

ତେବେ ନିଶ୍ଚେ ଖୋଜ; କିନ୍ତୁ

ଏଠି କାହିଁ ଖୋଜୁଛ

କେଉଁଠୁ ଆସିବ ସେ ମଣିଷ

ଏଠିତ କେବଳ ମାଟି ଓ ପାଉଁଶ;

ଯଦି ଖୋଜିବାର ଅଛି

ତେବେ ଖୋଜ;

ନିର୍ମାଣର ନଭଶ୍ଚୁମ୍ଭି ଅଟ୍ଟାଳିକାରେ

ସହରର ବକ୍ଷେ ଦୂର ଦୂରାନ୍ତକୁ ଲମ୍ବିଥିବା,

ସୌଖିନ୍ ରାଜପଥର ପିଚୁତଳେ

ମନ୍ଦିରର କୀର୍ତ୍ତୀ, ସ୍ମୃତି, କଳା, ଭାସ୍କର୍ଯ୍ୟର କୋଳେ

ଆଉ ସହରର ସେହି ତଳବସ୍ତିର

ଅନ୍ଧାର ଆଲୁଅ ମିଶା ନୀଳ ପଲିଥିନ ତଳେ,ଯେଉଁଠି,

ଆଶା ଆଉ ବିଶ୍ୱାସର, ଆଖି ଯୋଡ଼ି ମିଞ୍ଜିମିଞ୍ଜି ଜଳେ

ଅଦମନୀୟ ଭୋକ ଶୋଷର ଅନଳେ,


ଯଦି ଖୋଜିବାର ଅଛି

ତେବେ ଖୋଜ,

କେମିତି ଅସହାୟ, ନିଃସହାୟ ଅବସ୍ଥାରେ

ଆଦ୍ର ଓଠରେ ହସ ସବୁ

ନିଇତି ଶେଫାଳି ପରି ଫୁଟି, ନିଇତି ମଉଳେ

କେମିତି ଅବେଳରେ ପ୍ରାଣସବୁ ଦୋଳି ଖେଳନ୍ତି

ଥୁଣ୍ଟା ଗଛର ଡାଳେ

ଯଦି ଖୋଜିବାର ଅଛି

ତେବେ ଖୋଜ, ଜୀବନକୁ

ଅନ୍ଧାର ଆଲୁଅ ମିଶା ନୀଳ ପଲିଥିନ ତଳେ ।।


ହଁ ;

ଆଉ ଯଦି ପରଖିବାକୁ ଚାହଁ,

ତା' ଦୁଃଖ, ଯନ୍ତ୍ରଣା, କ୍ଳେଶ, ଅବସୋସ

ଏଇ ନେଇଯାଅ,

ଯାହା ବାକିଅଛି ପଞ୍ଚଭୂତରୁ ଅବଶିଷ୍ଟାଂଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract