STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଖଣ୍ଡ ପ୍ରଳୟର ସାକ୍ଷୀ

ଖଣ୍ଡ ପ୍ରଳୟର ସାକ୍ଷୀ

1 min
9

କବିତା - ଖଣ୍ଡ ପ୍ରଳୟର ସାକ୍ଷୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୧୦-୨୦୨୫ ବ
+++++++++++++++++
 ମୋ ରାଗରୂଷା ଦିଶେ ଜଳଜଳ
ମୋ ମାନ ଗୁମାନ ଅଭିମାନ ଦିଶେନା
 କିପାଇଁ କହିବେ କି ପ୍ରାଣବଳ?

 ମୋ ଲଢ଼େଇ ବଢ଼େଇ ଦିଶେ ଆଦିମୂଳ
ମୋ ଭିତରେ ଗବ୍ ଗବ୍ ଫୁଟୁଥିବା
ତତଲା କଢ଼େଇ ଦିଶେନା
କିପାଇଁ କହିବେ କି ଆର୍ଯ୍ୟସ୍ଥଳ?

 ମୋ ଖୁନ୍ଦା ଖୁନ୍ଦୀ ସନ୍ଦେହ ବାସେ ଆମୂଳଚୁଳ
ମୋ ମନରେ ନିର୍ମୂଳି ଲତା ପରି ଅସହାୟତା ଦିଶେନା
କିପାଇଁ କହିବେ କି ପ୍ରୀୟଚୂଳ ?

ମୋ କଡ଼ାଗଣ୍ଡାର ହିସାବ ନିକାଶ ସରଣୀ ଫଳ
ମୋ ଚେତନା ଚୌହଦୀ ଡେଇଁ ନିଃଶଙ୍ଗ ଜୀବନ ଶୈଳ ଦିଶେନା
କିପାଇଁ କହିବେ କି ଆଦ୍ୟପାଳ?

 ମୋ ତୁଣ୍ଡ କମାଣ ଫୁଟେ ଅକାରଣ ଶୁଭେ କଳକଳ
ମୋ ଫଟା କରମ ଭଙ୍ଗା ଜଖମ ଯମା ଦିଶେନା
କିପାଇଁ କହିବେ କି କାଳ କଟୁଆଳ ?

  ମୋ ଯୁକ୍ତି ତର୍କ ଲାଗେ ବିତର୍କ ଦିଶେ ଜଳଜଳ
ମୋ ଅଣ୍ଟା ବ୍ୟଥା ଆଣ୍ଠୁ ଦରଜ ଦିଶେନା
କିପାଇଁ କହିବେ କି ଗେଣ୍ଡୁମାଳ?

 ମୋ ମୌନୀ ମୌନବତୀର ଗୁଣ ଲକ୍ଷଣ ଦଂଶେ ହଳାହଳ
 ମୋ ତ୍ୟାଗ ତପସ୍ୟା ବଳିଦାନ ଦିଶେନା
କିପାଇଁ କହିବେ କି ଆଜ୍ଞାମାଳ ?

  ମୋ ଚଣ୍ଡି ଚାମୁଣ୍ଡି ରଣଚଣ୍ଡି ରୂପ କାଟେ ଛଳଛଳ
 ମୋ ଦୟା ମମତା କରୁଣା ଦିଶେନା
କିପାଇଁ କହିବେ କି ଗଳାମାଳ?

 ମୋ ଲକ୍ଷ୍ମୀ ଗୃହଲକ୍ଷ୍ମୀ ବରଦାଲକ୍ଷ୍ମୀ ରୂପ ମାଡ଼େ ଢ଼ଳଢ଼ଳ
ମୋ କୁଢ଼ କୁଢ଼ ତ୍ୟାଗ ତୀତିକ୍ଷା ଅପେକ୍ଷା ଦିଶେନା
 କିପାଇଁ କହିବେ କି ହୃଦୟଶାଳ?

 ବୋଧେ ଭାବିଛ ନିର୍ମୁଳି ଲତା
ଜଡେଇ ମଡେଇ ରହିବ
ଅସହାୟ ଅପାରଗ ବନୀତା ପରି ସହିଯିବ

 ଭୂଲ୍ ବୁଝିଛ !
ଏକଦମ୍ ମିଛ କଥା ଭାବୁଛ !

 ମୁଣ୍ଡ ବିଗିଡି ଗଲାଣି ସହି ସହି
ଖାଲି ଅଗ୍ନି ସ୍ଫୁଲିଙ୍ଗ ଯାହା ଖୋଜିବା ବାକି
 ଯେଉଁ ସମୟରେ ଘର୍ଷଣ ମିଳିଯିବ
 ଯେଉଁ ସମୟରେ ଦିଆସିଲି କାଠିଟା ଫସିଯିବ
ଯେଉଁ ସମୟରେ ଧୌଯ୍ୟର ବାରୁଦ ଗଦାରେ ଖେଦିଯିବ
 ସେହି କ୍ଷଣ ହେବ ଖଣ୍ଡ ପ୍ରଳୟର ସାକ୍ଷୀ
ମହା ପ୍ରଳୟ ବହ୍ନୀର ଅଗ୍ରଦୂତ ଶତାକ୍ଷୀ ।


Rate this content
Log in

Similar oriya poem from Fantasy