କହିଲେ କହୁଚ କହୁଚି
କହିଲେ କହୁଚ କହୁଚି
କହିଲେ କହୁଛ କହୁଛି
ବାହା ହେବି ନାହିଁ ଭାବିଛି
କିନ୍ତୁ ମୁଁ ଶେଷରେ ବହୁତ ଖୋଜିକି
ଚାକିରିଆ ଗୋଟେ ଆଣିଛି
ଭଲରେ ରହିବି ଭାବିଛି
ବାପା ମାଆଙ୍କର ଟାପରା ଅନନ୍ତ
କହନ୍ତି ମରିବା ଦିଶୁଛି
କହିଲେ କହିବ କହୁଛି।୧
କହିଲେ କହିବ କହୁଛି
ଭାବିଚିନ୍ତି ବାହା ହୋଇଛି
ଘର ଲୋକଙ୍କର ଭାବନା ଓଲଟା
ଆଜିକାଲି ହୋଇଯାଇଛି
ସଭିଙ୍କୁ ଭଲ ସେ ପାଉଛି
ନଥାଉ ତାହାର ମୁଣ୍ଡରେ କେଶ ବା
ଆଙ୍ଗୁଠି ହାତର କଟିଛି
କହିଲେ କହିବ କହୁଛି।୨
କହିଲେ କହିବ କହୁଛି
ବନ୍ଧୁ ବାନ୍ଧବ ବି କହୁଛି
ଚାକିରିଆ ବୋହୂ ଆଣିଲା କାହିଁକି
ଦେଖୁନ ଛୋଟେଇ ଚାଲୁଛି
ଦୂର ସହରରେ ରହିଲୁ ଯାଇକି
ଦୁଣ୍ଡିକି କିଏ ବା ଦେଖୁଛି
କହିଲେ କହୁଛ କହୁଛି।୩
କହିଲେ କହିବ କହୁଛି
ମାଆ ମରିବାରୁ ଯାଇଛି
ଶୁଦ୍ଧିକ୍ରିୟା ଆଉ କର୍ମକାଣ୍ଡ ସାରି
ସହରକୁ ନେବା କହୁଛି
ବାପା କିନ୍ତୁ ମନା କରୁଛି
ଖାଇବା ପିଇବା ଅଥବା ଶୋଇବା
ଭଲ ନ କରିବ ଭାବୁଛି
କହିଲେ କହିବ କହୁଛି।୪
କହିଲେ କହିବ କହୁଛି
ନାହିଁ କରୁକରୁ ଆସିଛି
ଦିନେ ସଞ୍ଜବେଳେ ବଡ଼ ନାତି ସହ
ବଜାର ବୁଲିବା ହୋଇଛି
ନାତି ଆଇସକ୍ରିମ ଚାହିଁଛି
ଜେଜେ ନାତି ପାଇଁ ଦେଇ ନପାରିକି
ଟଙ୍କାକୁ ଛାଡି଼କି ଆସିଛି
କହିଲେ କହିବ କହୁଛି।୫
କହିଲେ କହିବ କହୁଛି
ନାତି ତା' ମାଆଙ୍କୁ କହିଛି
ଜେଜେ ଭଲ ଲୋକ ନାହିଁଟି ଲୋ ମାଆ
ବଡ଼ କଞ୍ଜୁସ ସେ ହୋଇଛି
ଆଇସକ୍ରିମ୍ ଗୋଟେ ଦେବାକୁ ଅକ୍ଷମ
ପାଖରେ ଟଙ୍କା ନ ଧରୁଛି
କହିଲେ କହିବ କହୁଛି।୬
ମାଆ ବୁଝାଇକି କହୁଛି
ମନ ବିଚଳିତ ହୋଇଛି
ଏବେଏବେ ପରା ଜେଜି ମରିଗଲେ
କହିବା କି ଭଲ ହୋଇଛି
ମାଆ କଥା ଶୁଣି କାନ୍ଦିଛି
ଜେଜେଙ୍କ ପାଖରେ କ୍ଷମା ଭିକ୍ଷା କରି
ଗୋଡ଼ତଳେ ପଡି଼ଯାଇଛି
କହିଲେ କହିବ କହୁଛି।୭
କହିଲେ କହିବ କହୁଛି
ଶୂଶୁରଙ୍କୁ ବୋହୂ କହୁଛି
ଏହି ଟଙ୍କା ନେଇ କର୍ମରେ ଲଗାଇ
ସନ୍ତୋଷ ହୋଇବ ଭାବୁଛି
ତୁମ ନାତି ପାଇଁ ଦେଉଛି
ବଡ଼ ନୀଚ କଥା ସେହି ଦୋକାନରେ
ପୁଅ ହିଁ ଦେଇଥିବ ବିଞ୍ଚି
କହିଲେ କହିବ କହୁଛି।୮
କହିଲେ କହିବ କହୁଛି
ଶୂଶୁରଙ୍କ ଲୁହ ବୋହୁଛି
ବୁଝିଗଲା ଆଜି ଚାକିରିଆ ବୋହୂ
ପାଇଁ ଆଜି ଧନ୍ଯ ହୋଇଛି
ଡେରି ହୋଇଗଲା ଭାବୁଛି
ବୁଢୀଟା ତାହାର ଖୁସି ହୋଇଥାନ୍ତା
ଯଦି ସେ ଥାଆନ୍ତା ବଞ୍ଚି
କହିଲେ କହୁଛ କହୁଛି।୯
କହିଲେ କହୁଛ କହୁଛି
ଅନୁତାପେ ସଢି଼ ମରୁଛି
ଚାକିରିଆ କହି ଅବହେଳା କଲୁ
ଭବିଷ୍ଯେ ପାପକୁ ହିଁ ସଞ୍ଚି
ଯିବ କିରେ ପାଖରୁ ଘୂଞ୍ଚି
ଜୀବନର ମୋହ ମାୟା ଏ ସଂସାରେ
ଈଶ୍ବରଙ୍କ ହିଁ ଥିଲେ ପାଞ୍ଚି
କହିଲେ କହିବ କହୁଛି।
