STORYMIRROR

Anjana Naik,Anju..Deogarh

Tragedy

4  

Anjana Naik,Anju..Deogarh

Tragedy

କହିବାର ଥିଲା ଯାହା

କହିବାର ଥିଲା ଯାହା

1 min
553

ରେବର ଶେଷ ଚି଼ଠି

ତୁମେ ଶିଖେଇ ଥିବା ଅକ୍ଷରକୁ 

ସଜେଇ ସଜେଇ ଏ ଚ଼ିଠି ଲେଖୁଛି 

ପଢ଼ିଲେ ଜାଣିବ ତୁମ ଆକାଶରେ 

ଖଣ୍ଡି ଉଡା଼ ଛାଡ଼ି ଏକାନ୍ତରେ 

ଏବେ ମୁଁ ବିନ୍ଦାସ୍ ଉଡ଼ୁଛି, କେବଳ 

ବଞ୍ଚିଛି ଗୋଟେ ଅଭିଶପ୍ତ ଜୀବନ ନେଇ

କର୍ତ୍ତବ୍ୟର ଦାୟରେ ସାଲିସ କରି 

ଗୋଟି ଗୋଟି କରି ହିସାବ ଦେଇଛି 

ତୁମ ବିନା ବିତେଇ ଥିବା 

ସଙ୍ଗହୀନ ସମସ୍ତ ସମୟକୁ ।।


ମୋ କଥା ମାନି

ତୁମେ ଫେରିଆସ ଅଜଣା ଦେଶରୁ 

ପଢ଼ାଇ ଦିଅ ବାକି ରହିଥିବା ପାଠ 

ଯାହା ବ୍ୟାପି ଯାଏ ମନରୁ ମନକୁ 

ମାପିବା ତମର ମୋର ବ୍ୟବଧାନ 

ଯୋଡ଼ି ସେଇ ଅଢ଼େଇ ଅକ୍ଷରକୁ ।।


ହଜିଛି ସକାଳ ମୋର କଅଁଳ ତାତିରେ 

କୁହୁଡି଼ସ୍ନାତ ବେଳାରେ 

ସାଇତା ଅଛି ମୋ ସପନ ଅନେକ

ନଈ ବାଲିପଠା ପରେ

ମୁଁ ରହିଛି ଚ଼ାହିଁ ସବୁଋୁତୁ ଡ଼େଇଁ

ପ୍ରେମ ରୂପକ ସେ ସପ୍ତମ ଋତୁକୁ 

ତମେ ଆସିବ ମୋ ସପନରେ 

ଲୋ ରେବି,ଲୋ ନିଆଁ,ଲୋ ଚୁଲି ବୋଲି 

ଡାକିବ ତୁମ ନିଜର ଅତି ଆପଣାର 

ପ୍ରିୟା ରେବତୀ ମହାନ୍ତିକୁ ।।


କହୁଥିଲ ହସିବାକୁ ସବୁଦିନେ 

ଆଜିଯାଏଁ ସଦା ହସି ଆସିଛି 

କହୁଥିଲ କେବେ କାନ୍ଦିବୁନି ଦେଖ 

ନିଜ ଲୁହ ଲୁଚ଼େଇ ନିଜେ ମୁଁ ପିଉଛି 

ବଖାଣି ପାରୁନି କାହା ଆଗରେ

ମନରେ ଖେଳୁଥିବା କାଳବୈଶାଖି ରୂପକ, 

କୋହର ତରଙ୍ଗକୁ ।।


ଜାଣିନି କ'ଣ ଛିଣ୍ଡି ଯାଉଛି 

ମନ ଭିତରେ ନିହାତି କିଛି 

ଭାଙ୍ଗି ଛିନ୍-ଛତର ହୋଇ ଯାଉଛି 

ଓଠରେ ନାହିଁ କିଛି ଭାଷା 

ତଥାପି ଆଖିରେ ପାଣି ଜକେଇ ଆସୁଛି 

ତମକୁ ଲେଖିଥିବା ପ୍ରତ୍ୟେକ ଚ଼ିଠି 

ପେଡ଼ିରେ ସାଇତି ରଖିଛି

ନିରୋଳାରେ ତମ ଅନୁପସ୍ଥିତିରେ 

ଆଜି ତାହା ମୁଁ ନିଜେ ପଢ଼ୁଛି !


ଅନ୍ତର ମୋ ଅନ୍ତସତ୍ତ୍ବା 

ଅନେକ ଅକୁହା କଥାରେ 

ପ୍ରତିଧ୍ବନି ଶୁଣେ ମୁଁ ଆଜି

ଶୟନେ, ସପନେ ଅବା ଜାଗରଣେ 

କହିବାର ଥିଲା ଯାହା

ଛାତି ଭିତରର ଅବ୍ୟକ୍ତ ଭାଷାକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy