STORYMIRROR

Jayashree Das

Classics

4  

Jayashree Das

Classics

ଖେଳ

ଖେଳ

1 min
371


ଜୀବନରେ ଖେଳ ନିହାତି ଜରୁରୀ

ଅବିଚ୍ଛେଦ୍ୟ ଅଙ୍ଗ ଟିଏ

ମହତ୍ୱ ତାହାର ବୁଝିଗଲା ପରେ

ଛାଡଇ କି ଆଉ କିଏ ?


ସୁସ୍ଥ ରଖେ ଖେଳ ସୁନ୍ଦର ଶରୀର

ନିରୋଗର ଉପଚାର

ଖେଳରେ ଖେଳରେ ବନ୍ଧୁ ସମ୍ପର୍କରେ

ବଢେ ବନ୍ଧୁତ୍ୱ ବେଭାର ।


ବାଲ୍ୟକାଳୁ ଶିଶୁ ଖେଳଇ ବୁଲଇ

ଖେଳ ଦିଏ ତାକୁ ବଳ

ଶାରୀରିକ ହେଉ ଅବା ମାନସିକ

ଆବଶ୍ୟକ ଅଟେ ଖେଳ ।


ପୁରୁଷ କି ନାରୀ ସଭିଏଁ ଆଦରି

ଖେଳକୁ ପାଆନ୍ତି ଭଲ

କବାଡି ହେଉ କି ହେଉ ବୋହୁଚୋରୀ

ଭଲି ଅବା ଫୁଟବଲ ।


କ୍ରିକେଟ ଖେଳଟି ପ୍ରସିଦ୍ଧି ଲଭିଛି,

ପିଲାଠାରୁ ବୁଢ଼ା ଯାଏଁ.

ଖେଳି ପାରନ୍ତିନି ସମସ୍ତେ ଦେଖନ୍ତି,

ପ୍ରିୟ ସଭିଙ୍କର ସିଏ ।


ଜାତୀୟ ଖେଳର ମାନ୍ୟତା ପାଇଛି

ହକି ଆମ ଭାରତରେ

ଦେଶ ବିଦେଶରେ ଭାରତୀୟ ଖେଳ

ଆଦର ସେ ସବୁଠାରେ ।


ପୁରୁଣା ଯୁଗରେ ଥିଲା ପଶାଖେଳ

ରାଜା ମହାରାଜା ଖେଳ

ଝିମିଟି ଖେଲରୁ ମହାଭାରତର

ସୃଷ୍ଟି କଲା କୁରୁବଳ ।


ପଶାଖେଳେ ହାରି ପାଣ୍ଡଵ ସବୁରି

ଅପମାନେ ବାଜି ଜାୟା

କୁରୁ ସଭାତଳେ ଦ୍ରୌପଦୀ ନିବସ୍ତ୍ର

କୃଷ୍ଣ କରିଥିଲେ ଦୟା ।


ତାସ୍ ଲୁଡୁପାଲି ଖୋ ଖୋ ଲୁଚକାଳି

କଉଡ଼ି ଖେଳନ୍ତି ନାରୀ

ଆମୋଦ ପ୍ରମୋଦ ଖେଳରେ ମିଳଇ

ଖେଳଯେ ପ୍ରିୟ ସବୁରି ।


ଜୀବନର ଖେଳ ଏନ୍ତୁଡ଼ି ଶାଳରୁ

ଶେଷ ହୁଏ ମଶାଣିରେ

ଜୀବନ ଖେଳରେ କିଏ ଜିତେ ହରେ,

ନିୟତି ବିଚାର କରେ ।


ଉତ୍ଥାନ ପତନ ଖେଳରୁ ଶିଖନ୍ତି

ହାରିଥିଲେ ଜିତ୍ ହୁଏ

ଆଗକୁ ଆଗକୁ ପାଦ ଥାପିବାକୁ

ଖେଳ ହିଁ ପ୍ରେରଣା ଦିଏ ।


Rate this content
Log in

Similar oriya poem from Classics