STORYMIRROR

ABADHOOT PANDA

Tragedy

3  

ABADHOOT PANDA

Tragedy

ଖେଚଡ଼ କରୋନା

ଖେଚଡ଼ କରୋନା

1 min
171


ଆରେ କରୋନା ତୋର ନାହିଁକି ଟିକେ ହେଲେ କରୁଣା

ବରଷେ ହେଲା କାହିଁକି ମେଦିନୀବାସୀଙ୍କୁ କରୁଛୁ ବାଟ ବଣା l


ଉତ୍ତର ଦିଗରୁ ପବନରେ ଆସି ଉଡାଉଛୁ ତୋ ଫୁଟାଣି ବାନା

ପଳେଇ ଯା ବଛୁ ଯଦି ଚାହୁଁ ଜୀବନ ତୋ ଜନ୍ମଭୂମିକୁ ଟିକେ ଅନା l


ନହେଲେ ଖାଇବୁ ବିଷ ପାଣି ଯିବୁ ତୁ ମରି ଯେତେ ଲୁଚି ରହିଲେ

ବି ମଣିଷ ଭିତରେ,ବାମ୍ଫ ଶୁଙ୍ଘି ଶୁଙ୍ଘି ହବୁ ଦରମରା ଆମେ ଚାହିଁଲେ


ପିଚକାରୀ ଛୁଞ୍ଚି ଆମ ତେଣ୍ଟା ଢାଲ ଆମ ମୁଖା,କବଚ ଆମ ଦୂରତା

ତୋ ଅସୁରିଆ ମୁନିଆଁ ଦାନ୍ତକୁ ଲୁଚା ନହେଲେ ଲିଭିବନି ତୋ ଚିତା  


ନାଆଁଟି ତୋର ଅତି ସୁନ୍ଦର ସୂର୍ଯ୍ୟପ୍ରଭା ରୂପଟି ତୋ ନାଲି ଗୋଲା 

ଦେହ ସାରା କଣ୍ଟା ରଖି ସଭିଙ୍କୁ କେଞ୍ଚୁଛୁ ଆଜି ଯାଏଁ କାହିଁକି ଭଲା?


ପଲାଶ ଫୁଲ ପରି ଚେହେରା ଡଉଲ ଡାଉଲ ଗୁଣଟି ତୋ ଖଟା 

ସୂର୍ଯ୍ୟପ୍ରଭା ନାମ ଧରି ଠକୁଛୁ ଲୋକଙ୍କୁ କାମ କରୁଛୁ ତୁ ଓଲଟା


ଜଗତକୁ ଅନ୍ନ ଦାତା ଆମ ସୂର୍ଯ୍ୟଦେବ କର୍ମ ତାଙ୍କ ଜନ କଲ୍ୟାଣ

ତାଙ୍କ ନାଁରେ ବୋଳୁଛୁ କଳଙ୍କ ମାରିବେ ତୋତେ କରି ଖରା ଟାଣ


କାହିଁକି ଏ ସବୁ କରୁଛୁ ପାଷାଣ୍ଡ ମଣିଷ ଜୀବନକୁ ହୀନିମାନିଆ

ଛାଡ଼ିଦେ ଜଲଦି ଆମ ଧରାକୁ ନହେଲେ ମରିବୁ ତୁ ଆରେ ଅମାନିଆ


ଯଦି ଯିବୁନି ଖାଇବୁ ଶକ୍ତ ଜାବୁଡ଼ା ସିଦ୍ଧ ଯୋଗୀଙ୍କ ଆରେ ବାପୁଡ଼ା

ହିମାଳୟ ବଣେ ତପସ୍ୟାରତ ଋଷିଏ ଜନ କଲ୍ୟାଣେ ଅତିକଡ଼ା l

       


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy