STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଖାଲି ବାକ୍ୟବାଣ

ଖାଲି ବାକ୍ୟବାଣ

1 min
244


କବିତା - ଖାଲି ବାକ୍ୟବାଣ

ରଚନା - ପଞ୍ଚାନନ ଜେନା

ତାରିଖ -୨୭-୨-୨୦୨୫


ରମ୍ୟା ରମଣୀ ରମଣୀୟା ରତନ

ଏକା ଏକାନ୍ତରେ ରହେନା କଦାଚନ

ଗଲା ଅଇଲା ପୁରୁଷମାନେ

ଏକ ପାଖିଆ କରନ୍ତି ପ୍ରେମ ନିବେଦନ


କୁରଙ୍ଗୀ ନୟନା କେଶବତୀ କନ୍ୟା

ଶାନ୍ତିରେ ନିଶ୍ୱାସ ମାରି ପାରେନା

ଫୁଲେଇ ହୁଏ ଗେହ୍ଲେଇ ହୁଏ

ପୁଷି ବିଲେଇ ପରି ବସି ପାରେନା


ମନେ ମନେ ଖୁସି ବିଧାତାଙ୍କ ଦାନ

ଦୁଧ ଅଳତା ମଖା ତନୁ ବଲ୍ଲରୀ

ଗଢିଛନ୍ତି ବୋଲି ସୁନ୍ଦରୀ ଚଂପାଗୋରୀ

ବାଉଳା କାଉଳା ଚଉଁରୀ ଭଉଁରୀ


ସଫଳ ହେଲେ ପ୍ରେମ ପୂଜାରୀ

ଫୁଲ ଉପହାର ରଙ୍ଗ ପ୍ରହରୀ

କଫି ବାହାନାରେ ମିଳନ ଆସର

ପ୍ରେମ ଚିଟାଉର ଲମ୍ବା ଇସ୍ତାହାର

ମୋବାଇଲ୍ ଚାଟିଙ୍ଗ୍ ରାତ୍ରି ଉଜାଗର

ପାଣି ଗ୍ରହଣ କଥା ପଛକୁ ରହୁ

ଚୁମ୍ବନ ଆଲିଙ୍ଗନ ସରୁ ସରୁ ସମ୍ଭୋଗ ସ୍ୱରୀ


ବିଫଳ ହେଲେ କାରଣ ବାରଣ 

କମେଣ୍ଟ ମାରିବେ 

ଶବ୍ଦବାଣ ଲହୁ ଲୁହାଣ 

 ଏସିଡ୍ ଫୋପାଡିବେ

ମୁଁହ ଦେହ ବିକୃତ ଜୀବନ ମରଣ


ଵଡ଼ ବିଡ଼ମ୍ବନା ଏଠି

ନାରୀ ଜାଗରଣ ଖାଲି ବାକ୍ୟବାଣ

ନାରୀ ଶଶକ୍ତିକରଣ ଏଠି ରାଜନୀତିକରଣ

ନାରୀ ଅଧିକାର ରହିଛି ସମ୍ବିଧାନ ଅଳଙ୍କରଣ

ନାରୀ କେବଳ

କାମ୍ୟ ଭୋଗ୍ୟ ଲେହ୍ୟ ରମଣ ସାମଗ୍ରୀ


ଅତୀତ ସମୟ ସରଣୀରେ ପଣ୍ୟବସ୍ତୁ

ଅଧୁନା ଜଗତୀକରଣ ପରିସ୍ଥିତିରେ 

ପ୍ରଥମେ ବ୍ୟବହାର କର

ପରେ ମନକଲେ ବିଶ୍ୱାସ ଘର

ନୋହିଲେ ବର୍ଯ୍ୟବସ୍ତୁ ଭାବି ଫୋପାଡ଼ ବାହାର


Rate this content
Log in

Similar oriya poem from Tragedy