STORYMIRROR

Pranati Mahapatra

Abstract

4  

Pranati Mahapatra

Abstract

କେମିତି ଏ ଭୋକର ଜ୍ଵାଳା

କେମିତି ଏ ଭୋକର ଜ୍ଵାଳା

1 min
23.2K

ସଜୀବ ଜଗତ ତିଷ୍ଠି ରହିବାକୁ ଖାଦ୍ୟ ବସ୍ତ୍ର ଆବଶ୍ୟକ, ଖାଦ୍ୟ ଖାଇବାକୁ ସଜୀବକୁ ପରା ହୋଇଥାଏ ନିଶ୍ଚେ ଭୋକ।


ଅତୃପ୍ତ ମାନବ ଜୀବନରେ ତାର ଥାଏ ଯେ ଅନେକ ଭୋକ, କେତେବେଳେ ପେଟ ଦେହର ଆତ୍ମାର ମନ ଓ ଶରୀର ଭୋକ।


ଭୋକ ପାଇଁ କେତେ କାଣ୍ଡକାରଖାନା ନିଇତି ମଣିଷ କରେ, ଚୋରି ଲୁଣ୍ଠନ ହତ୍ୟା ବ୍ୟଭିଚାର କୁକର୍ମ ଆପଣାଇ ପାରେ। ପଶୁପକ୍ଷୀ ସିନା ଅବୁଝକ ପ୍ରାଣୀ ମଣିଷ ସବୁ ତ ବୁଝେ, ପଶୁ ପରି ପାଶବିକ କାର୍ଯ୍ୟ କରି ବିଜ୍ଞ ବୋଲାଏ ସମାଜେ।


ଭୋକ ପାଇଁ କେତେ ରଣନୀତି କରେ ଆଇନ କାନୁନ ଗଢେ, ସବୁ କ୍ଷୁଧା ପାଇଁ ଅନ୍ୟାୟ କରି ସେ ନୂତନ ନିୟମ କାଢେ।


ରାତି ବଢିଲେ ତାତି ବଢେ  କାହା ଦେହରେ କାହା ଛାତିର, ଅସହାୟ ଅନାଥ ଅବଳା ଦୁର୍ବଳା   ବଳି ପଡି ଜଳି ଯାଆନ୍ତି ସେ ତାତିରେ।


ଭୋକର ଦାଉ ଅସମ୍ଭାଳ ହୁଏ ତତଲା ଲୁହ ତତଲା ହୁଏ, ପାଷାଣ ପରାଣ ଦାରୁଣ ହୁଏ ଭୋକ ବନ୍ଧାପଡି ଛଟପଟ ହୁଏ।


ଆମେ ତ ଏମିତି ଲୋକ       ହୁଏ ସାହିତ୍ୟ ଭୋକ, ଅଣ୍ଡାଳି ଚାଲିଛୁ ଖାଦ୍ୟ        ମେଣ୍ଟାଇବୁ ଭୋକ।


ବିଧବା କୋଳରେ ପାଗେଳୀ କାଖରେ   କାହା ଭୋକର ଭୋଗ, ଅବଳା କୁଆଁରୀ ମାତୃତ୍ୱ ଲଭିଛି    ଲାଗିଛି ଭୋକର ଦାଗ।


ଭୋକ ଏଠି ବୁଝେ ନାହିଁ ଧନୀ         ନିର୍ଦ୍ଧନର ପ୍ରଭେଦ, ଭୋକ ବୁଝେନାହିଁ କେବେ   ଦୁଃଖ ଯନ୍ତ୍ରଣାର ଭେଦ।


ମୋ କାଳିଆ ସାଆନ୍ତ ବଡ଼ଦେଉଳରେ  ଷାଠିଏ ପଉଟି ଭୁଞ୍ଜେ, ନାଆଁ ସିନା ତାର ଭୋକିଶୋଷି ପାଇଁ   ନିତିଦିନ ସିଏ ଖଞ୍ଜେ।


ଭୋକରେ ଜଳୁଛି ପେଟ କାହାର ତ   ଭୋକରେ ଜଳଇ ମନ, ଭୋକରେ ଭୋକିଲା ହା ହା କାର କରେ    କି ଲାଭ ଥାଇ ସେ ଧନ।


ଭୋକର ଦାଉରେ ମାଆ ମୋର ଆମ୍ବ ଟାକୁଆ ଖାଉଛି, ବାପା ଖଜୁରୀ ରସ ପିଉଛି, ଭୋକ ଦାଉ ସମ୍ଭାଳି ନ ପାରି ଭଉଣୀ ମୋ ବ୍ୟଭିଚାରିତ ମୁଁ ହୋଇ ଯାଇଛି ଦାଦନ ଶ୍ରମିକ ।


Rate this content
Log in

Similar oriya poem from Abstract