Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Simant Kumar Nanda

Classics

3  

Dr Simant Kumar Nanda

Classics

*କେଇ ପଦ...* 🙏🙏🙏🙏

*କେଇ ପଦ...* 🙏🙏🙏🙏

1 min
184



ବିରାଜେ ନି, କଣ୍ଠେ ଯଦି ମଧୁର ବଚନ,

କ୍ରୁର ଗଳା ସେହି ଅଟେ ବିଷପାନ ସମ।

ହୃଦରେ ବେଦନା ଯଦି ନ ଥାଏ କାହାର,

ପାଷାଣ ସଦୃଶ ତାହା,କେଉଁ ବା କାର୍ଯ୍ୟର ?


ପ୍ରେମରେ ବାସନା ଯଥା ପ୍ରୀତିର ସମ୍ଭାର,

ବାସନା ଶୂନ୍ୟ ଯେଉଁ ପ୍ରେମ ର ପ୍ରକାର,

ବରଦାନ ତୁଲ୍ୟ ସେହୁ, ହୁଅଇ ବିଚାର,

କାମନା ରହିତ ପ୍ରେମ, ବିଭୁ ପାରାବାର।


ଯାଚନା ବିହୀନ ଭକ୍ତ ଦେଖିଛ କି କାହିଁ,

ଜଗନ୍ନାଥ ରହିଛନ୍ତି, ଭଗତ ଙ୍କୁ ଚାହିଁ,

ଦାତା ଗ୍ରହୀତାଙ୍କ ମଧ୍ୟେ ସମ୍ବନ୍ଧ ଯେମନ୍ତ,

ଯାଚନା ବିହୀନ ଭକ୍ତ ଅଟେ, ଭଗବନ୍ତ ।


ମଶାଣୀ ଭୂଇଁ ରେ ପୁଣି,ଶବଦାହ ପରେ,

ପୁରାଣ ଶ୍ରବଣ ଅନ୍ତେ,ମୈଥୁନ ଉତ୍ତାରେ,

ହୃଦୟରେ ଯେଉଁ ଭାବ,ଉଦିତ ହୁଅଇ ,

ସେହି ଭାବେ ମନ ଯଦି ସଦା ରହିଥାଇ,

କଠିଣ ନୁହଁଇ ତାହା, ମଣିଷର ପାଇଁ,

ମୁକ୍ତିର ଦ୍ଵାରରେ,ସିଧା ପହଞ୍ଚିବ ଯାଇ।


ଧର୍ମ ର ପଥରୁ କେବେ, ନ ହୁଅ ବିଚ୍ୟୁତ,

ସଂସାରେ ଚାଲିବା ପାଇଁ, ସାଥୀ ଧର୍ମପଥ।

ପିଣ୍ଡରୁ ପରାଣ ଯେବେ, ହୋଇବ ବିଯୁକ୍ତ,

ଧର୍ମପଥେ ଜୀବ ଯିବ, ପରଲୋକ ଗତ।


ନୀରବ ରଜନୀ ଢ଼ାଳେ,ଅଶ୍ରୁ ପ୍ରେମୀ ନେତ୍ରେ,

ନୀରବେ,ପ୍ରେମିକ ଚିନ୍ତେ,ପ୍ରେମିକା ତା ସାଥେ

 ରଙ୍ଗର ଫୁଆରା ଭାସେ,ନୀରବ ମନରେ

ନୀରବେ ସମ୍ମାନ ମିଳେ, ଶତ୍ରୁ ର ଦୁଆରେ


ନି:ସଙ୍ଗ ଜୀବନ ଅଟେ, ନୀରବର ନୀଡ଼,

ନୀରବେ ହୃଦୟୁ ଛୁଟେ ଦୀର୍ଘଶ୍ଵାସ ରଢ଼।

ନୀରବ ଶରୀର ଅଟେ ମୃତ୍ୟୁ ର ପ୍ରକାଶ,

ନୀରବେ ନୀରବି ଯାଏ ପ୍ରକୃତି ର ହସ।


Rate this content
Log in

Similar oriya poem from Classics