Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଦୀପ ପ୍ରଦୀପ

ଦୀପ ପ୍ରଦୀପ

1 min
180


ଦୀପ ପ୍ରଜ୍ଜ୍ଵଳିତ ବିଧି ଯଥାର୍ଥତା 

ଶୁଭାରମ୍ଭ ସମୟରେ

ପରମ୍ପରା ଓ ସଂସ୍କାର ଆଢ଼ୁଆଳେ

ବିଧି ପ୍ରତ୍ୟେକ କ୍ଷେତ୍ରରେ

ମନ୍ଦିର ବେଢ଼ାରେ ଦୀପଟିଏ ଜାଳି

ଅଭିଷ୍ଟ ପୂରଣ ଅଳି

ଦେବତାଙ୍କୁ ସୁମରି ମନରେ ଭକ୍ତ

ନୟନାଶ୍ରୁ ଦିଏ ଢାଳି

ବିବାହ ହୋମ ଯଜ୍ଞ ପୂଜା ବିଧାନ

ଶୁଭ କାର୍ଯ୍ୟରେ ପ୍ରଦୀପ

ଦୀପଂ ଜ୍ୟୋତି ପ୍ରତ୍ୟକ୍ଷ ପରମବ୍ରହ୍ମ 

ଜ୍ୟୋତି ହରଇ ପାପ

ଜୀବନର ସାଥି ଗ୍ରହଣ ସମୟେ

ଅଗ୍ନି ସାକ୍ଷୀ ଜାଳି ଦୀପ

ଭାରତୀୟ ସଂସ୍କୃତିର ମହାନତା

ଦୀପର ଜ୍ୟୋତି ପ୍ରଦୀପ

ଦୀପର ସାକ୍ଷର ପ୍ରକାଶିତ ହେବା

ଉପସ୍ଥିତି ଦର୍ଶନୀୟ

ଅନ୍ଧକାର ଆପେ ଆପେ ଯାଏ ଦୂରେ

କେବଳ ଜ୍ୟୋତି ପ୍ରତ୍ୟୟ ।


ନବ ଜାତ ପୁତ୍ର ସନ୍ତାନର ଆଖ୍ୟା

କୁଳ ପ୍ରଦୀପ ଘରର

ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ ସହ

ମନରେ ଖୁସି ଜୁଆର                    

ପ୍ରଦୀପର ଖୁସି ବାଣ୍ଟିବା କ୍ଷମତା 

କୁଳ ପ୍ରଦୀପ ନାମରେ

ଭବିଷ୍ୟତ କୁଳ ରକ୍ଷାକାରୀ ଭାବେ

ପରିବାର ସମାଜରେ

ଆଶା ବିଶ୍ୱାସ ଓ ଭରଷା ନିହିତ

କୁଳ ରକ୍ଷକ ପ୍ରଦୀପ

ନିରାଶାରେ ଆଶାର ଆଲୋକ ସମ

ଭାବୀ ପଥ ପ୍ରଦର୍ଶକ

ପ୍ରଦୀପର କ୍ଷମତା ରହିଛି ସଦା

ଜ୍ୟୋତି ପ୍ରକାଶିବା ଧର୍ମ

ପ୍ରତିଦାନ ଆଶା ନ ରଖି ମନରେ

ଜଳିବା ହିଁ ତା'ର କର୍ମ ।


ଜଳିବା ପାଇଁ ଇନ୍ଧନ ଅବା ଶକ୍ତି

ସାଧିତ ହୋଇବ କର୍ମ

ନିଜେ ଜଳି ପରିବେଶ ଆଲୋକିତ

ଦୀପ ପ୍ରଦୀପର ଧର୍ମ

ମଣିଷର ଅଜ୍ଞାନତା ହିଁ ଅନ୍ଧାର 

ଜ୍ଞାନ ଦୀପ ଆବଶ୍ୟକ

ମନରୁ ଅନ୍ଧାର ଦୂର ହୋଇଗଲେ

ଜୀବନ ହେବ ସାର୍ଥକ

ଜ୍ଞାନ ଦୀପ ଜାଳି ହୃଦୟ କନ୍ଦରେ

ପାପ କର୍ମ ଦୂର ହେଉ

ଦୀପ ପ୍ରଦୀପର ଗରିମା ଅକ୍ଷୁର୍ଣ୍ଣ

ଯୁଗ ଯୁଗ ଧରି ରହୁ ।


         


Rate this content
Log in

Similar oriya poem from Classics