STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ରୂପସୀ

ରୂପସୀ

1 min
148


ଦେବଦାସୀ ତୁମ ଘୁଙ୍ଗୁର ତାଳେ

ଅୟୁତ ଯୁଗର କାହାଣୀ ଲେଖା,

ତୁମ କବରୀର ମଲ୍ଲୀ ମହକରେ

ମନେ ପଦେ ଗୋପ ସଖୀ ବିଶାଖା।

ତୁମ ପାଦର ଲାଲ ଅଳତା ଧାରେ

ରାଧା ପାଦ ଦର୍ଶନ ମୟୂଖା,

ତୁମ କଜ୍ଜ୍ୱଳ ନୟନ ଆଜିବି ଝଟକେ

ଗୋପପୁର କୃଷ୍ଣ ଆଜି ଜଗା ସଖା।

ତୁମ ସିନ୍ଦୁରେ ସୁନ୍ଦରୀ ତୁମେ

ଜଗନ୍ନାଥଙ୍କୁ ସମର୍ପିତ କରି ସୁଲେଖା

ତୁମ ସମର୍ପଣ ସମ୍ମୋହନ ଭକ୍ତି ଭାବ

ଭାଗ୍ୟ ବିଧାତାଙ୍କ ଅଭିଲେଖା।

ତୁମ ଭାବ ଦାରୁ ଦିଅଁ ସାଥେ କେମିତି

ବୁଲୁଛି ଅଦୃଶ୍ୟ ଚରଖା,

ଦେହୀ ପାଦ ପଲ୍ଲଭ ମୁଦାରଂ ଲେଖି

ଜଗା ତୁମ ପାଇଁ ଶ୍ରେଷ୍ଠ ସଖା।


Rate this content
Log in

Similar oriya poem from Abstract