STORYMIRROR

Barsha rani Nanda

Abstract Classics Fantasy

4  

Barsha rani Nanda

Abstract Classics Fantasy

କେହିବି ନିଜର ନୁହଁଇ

କେହିବି ନିଜର ନୁହଁଇ

2 mins
534

କହିବକି ବନ୍ଧୁ ଦୁନିଆ ରେ

ନିଜର କିଏ ସେ ଅଛି,

ସମୟ ପରା ଭାବିଲି ନିଜର

ସିଏ ତ ନିଜର ନୋହିଲା

ଭାବନାକୁ ଯେବେ ନିଜର ଭାବିଲି

ସିଏ ବି ଅନ୍ୟ ଭାବନାରେ ରହିଲା।

ନାଁ ତ ମୋର ନିଜର ନୁହଁଇ

ମାତା ପିତା ଦେଲେ ନାମ

ପାଠଶାଠ ନିଜେ ପଢି ନପାରିଲି

ଗୁରୁ ଦେଲେ ମତେ ଜ୍ଞାନ।

ଅନ୍ଧାରରୁ ମତେ ଟାଣି ଆଣି ମା

ଆଲୁଅରେ ଦେଲା ଛାଡି

ଆଙ୍ଗୁଠି ଧରି ଚାଲି ଶିଖେଇଲା

ଯାଉଥିଲି ଯେବେ ପଡ଼ି।

ଧର୍ଯ୍ୟ,ସାହାସର ଅଧିକାରୀ ହେବା

ବାପା ମତେ ଦେଲେ ଶିକ୍ଷା

ବିପଦେ ଆପଦେ ସୁମରିବି ବୋଲି

ନେଲି ପରା କର୍ଣ୍ଣ ଦୀକ୍ଷା।

ଜୀବନରେ ଯେବେ ଲାଗିଅଛି

କେବେ ଯୁଆର ଓ କେବେ ଭଟା

ଜୀବନରେ କେବେ ଭାଙ୍ଗି ନ ପଡ଼ିବୁ

ବାପା ଦେଇଛନ୍ତି ଶିକ୍ଷା।

ମା କାନେ କାନେ ସବୁବେଳେ କୁହେ

ସତ୍ୟ,ଧର୍ମ ପଥେ ଥିବୁ

ସତ୍ୟ ପଥଟି କଠିନ ହେଲେ ବି

ପଛକୁ କେବେ ନ ଫେରିବୁ।

ମିଛ କଥାଟି ସୁନ୍ଦର ଦିଶଇ

ସେ ପରା କ୍ଷଣିକ ପାଇଁ

ସତ୍ୟ କଥାଟି ଲୁଚି ରହିଥାଏ

ସମସ୍ତଙ୍କୁ ପିତା ଲାଗଇ।

ପଡ଼ିଲେ ଉଠିବୁ

ଉଠିଲେ ଶିଖିବୁ

ଧନ ଏପରା ଜୀବନ,

ଚଲାବାଟରେ କେତେ ଯେ ଦେଖିବୁ

କାହାକୁ ଭେଟିବୁ

ତାର ଠିକଣା ନାହିଁ,

ମଣିଷ ଚିହ୍ନିବୁ ବାଟ ବି ଚାଲିବୁ

ଦୁନିଆରେ କେବେ ତୁ ହାରିବୁ ନାହିଁ।

ଏତେ କଥା ସବୁ ମା ଶିଖେଇଲା ପରେ

ତଥାପି କାହିଁକି ଆଜି

ହାରିଗଲା ଭଳି ଲାଗୁଛି

ଲାଗୁଛି ମତେ

ଦୁନିଆ ରାସ୍ତାରେ ଚାଲିବା ପାଇଁ

ମୁଁ ସତ୍ୟ, ଧର୍ମ ର ସାହାରା ନେଇଛି।

ଯାହାକୁ ଯେବେ ଭାବୁଛି ନିଜର

ସିଏ କରେ ମତେ ଇର୍ଷା

ନିଜର ଲୋକ ଯଦି ନିଜର ନହେବ

ଇଏ କେମିତିକା କଥା।

କାହାକୁ ଭାବିବି ନିଜର ବୋଲି

କାହାକୁ ଭାବିବି ପର

ଦୁନିଆରେ ଏତେ ଭଦ୍ର ମୁଖା ପିନ୍ଧା

ଚିହ୍ନି ପାରୁନି ମୁଁ ଲାଗେ ମତେ ଭାରି ଡର।

ଥାଏ ଯିଏ ସତ୍ୟ, ଧର୍ମ ଓ ନ୍ୟାୟରେ

ଏକା ସିଏ ରହିଯାଏ

ମିଥ୍ୟା କୁ ସତ୍ୟ କରି ଜାଣେ ଯିଏ

ଭଲ ଲୋକ ପରା ସିଏ।

ବାପା,ମା ଥିଲେ କାହାକୁ ବା ଡର

ମଣିଷ ଦିଅନ୍ତି ଚିହ୍ନେଇ

ବାଟ ଦିଅନ୍ତି କଢ଼େଇ

ଧର୍ଯ୍ୟ ସାହାସ ଦେଇ।

ତାଙ୍କରି ସାହାସେ ଚାଲୁଛି ମୁଁ ବାଟ

ସହଜ ସରଳ ରେଖା ପରି

ତାଙ୍କରି ପାଇଁ ତ କଣ୍ଟାବାଟ ବି

ଯାଏ ଆଜି ଫୁଲ ହୋଇ।

ଦୁନିଆରେ ପରା କେହି ବି ନିଜର ନୁହେଁ

ନିଜର ବୋଲି ଭାବିବ ଯାହାକୁ

ଭିତରେ ବିଷ ଉପରେ ଅମୃତ

ଓଗାଳୁ ଥାଏ।

ପଛପଟେ ଆମକୁ ମାରେ ସିଏ ଛୁରୀ

ଆମେ ଜାଣି ପାରୁ ନାହିଁ

ଇଏ ପରା ଦୁନିଆ

ସମସ୍ତେ ନିଜ ସ୍ବାର୍ଥ ରେ ବାଇ।

ଏମିତି ଚିକଣ କଥା କହୁଥିବେ

ଭଦ୍ର ମଣିଷ ଦେଖେଇ ହେଉଥିବେ

ଚିହ୍ନି ବି ପାରିବ ନାହିଁ

ଚିକଣିଆ କଥା ଯିଏ କହୁଥିବ

ରହିବ ତାଠୁ ଦି ହାତ ଦୂରେ

ତମେ ଭଲ ଭାଇ ଆମେ ବି ଭଲ

କହିଦେଲେ କଥା ସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract