କେହି ରହି ନାହିଁ ଏଠି
କେହି ରହି ନାହିଁ ଏଠି
କେହି ରହି ନାହିଁ ଏଠି
କି ସଦା ରହିବେ ନାହିଁ
ଜୀବନ ପରା କ୍ଷଣସ୍ଥାୟୀ
ଆଜି ଅଛି କାଲି କଗ ନାହିଁ ।
କେହି ରହି ନାହିଁ ଏଠି
କି ସଦା ରହିବେ ନାହିଁ କେହି
କିଆଁ ପାଇଁ ମହ ମାୟାରେ ଭାସି
ହେଉଛୁ ଭ୍ରମିତ ନିତି ।
ଏ ଜୀବନ ପରା ନିମିତ ମାତ୍ର
କେତେବେଳେ ଖୁସି ତ
କେତେବେଳେ ଦୁଃଖରେ ପୂର୍ଣ୍ଣ
ଲେଖି ଥାଏ ଅଳ୍ପ ଦିନର ଗଳ୍ପ ।
ଏଇଠି ଧର୍ମ ବି ଅଛି
ଅନ୍ୟାୟ ବି ଅଛି
ସପନ ବି ଅଛି
ବାସ୍ତବତାର ଛବି ବି ଅଛି ।
ଏ ଧରା ପୃଷ୍ଠରେ
ଆସିଛୁ ଆମେ ଖେଳିବାକୁ ଖେଳ କେତେ
ହସ ଖୁସିର ସମାହାରରେ
ତ ପୁଣି ଭାସି ଯାଉ ଦୁଃଖର ତରଙ୍ଗରେ ।
ସହଜ ନୁହେଁ ବଞ୍ଚିବା ଏଇଠି
ସବୁ ପରା ସ୍ୱାର୍ଥର ବନ୍ଧା ହୋଇ
କୁହନ୍ତି ନିଜର ବୋଲି
ହେଲେ ସ୍ୱାର୍ଥ ହାସଲ ପରେ ଚାଳି ଯାଆନ୍ତି ପର କରି ।
ନ କରି ପରକୁ ଆଶା
ଆଗକୁ ବଢ ଭଗବାନଙ୍କୁ ଓ ନିଜକୁ କରି ଭରସା
ନିଜକୁ କର ଏମିତି ମଜବୁତ
ଯେମିତି ସବୁ ଆପେ ଆସି ହୋଇବେ ତୁମ ଆପଣାର ।
କର୍ମ ଚାଳ କରି
ଫଳକୁ ଆଶା ନ କରି
କର୍ମରେ ହିଁ ଈଶ୍ବର ଓ ସ୍ୱର୍ଗ ପ୍ରାପ୍ତି
କାରଣ କର୍ମ ହିଁ ଧର୍ମ ମନେ ରଖ ଏତିକି ।
କେହି ରହି ନାହିଁ ଏଠି
କି ସଦା ରହିବେ ନାହିଁ କେହି
ମାଟିର ଶରୀର ଯିବ ମାଟିରେ ମିଶି
ମନେ ରହିବ ତୁମ କର୍ମ ସବୁଠି ।