Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Romance

4  

Antaryami Sahu

Romance

କେବଳ ତୁମରି ପାଇଁ

କେବଳ ତୁମରି ପାଇଁ

1 min
207



 


ରୁପର ରାଣୀ ଆଗୋ ସଜନୀ

ଚନ୍ଦ୍ରମା ସମଶୋଭା ,

ଧରି ଅଙ୍ଗରେ ରୂପର ଭାର 

ଛୁଟାଅ ସ୍ନେହଆଭା । ।

ପ୍ରେମ ପୂଜାରିଣୀ ରୂପର ରାଣୀ

ମୋ ଜୀବନ ଯଉବନେ,

ପ୍ରେମର ଧାରା ବରଷାଇଦିଅ

ଏଇ ମନଉପବନେ ॥

"ପ୍ରେମ "ସିନା ଅଟେ ଦୁଇଟି ଅକ୍ଷର

ତମକୁ କି ନାହିଁ ଜଣା,

ସେଇ ପ୍ରେମ ମୋତେ ପାଗଳ କରିଛି

ମୁଁ ମରିବି ସେ ପ୍ରେମ ବିନା ॥

ପ୍ରେମର ମଦିରା ପିଆଇ ଦେଲଯେ

ମତୁଆଲା ହୋଇଗଲି,

ସେଇ ପ୍ରେମ ପାଇଁ ପାଗଳ ହୋଇ 

ମୁଁ ସମସ୍ତଙ୍କୁ ଭୁଲିଗଲି ।।

ତମେ ଏକା ମୋର ଜୀବନର ଅର୍ଥ

ତମ ପାଇଁ ଏ ଜୀବନ,

କାହାରିକୁ କେବେ ଦେବିନାହିଁ ମନ

ଏହା ମୋ ଶପଥ ଜାଣ । ।

ମରିବାକୁ ମୋର ଡର ନାହିଁ ସାଥି

କାହାରିକୁ ଭୟ ନାହିଁ,

ଯେତେ ସବୁ ଦୁଃଖ ଯନ୍ତ୍ରଣା ସହିବି    

 କେବଳ ତୁମରି ପାଇଁ।

ହଁ ହଁ ମୁଁ କେବଳ ତୁମରି ପାଇଁ . . . .



Rate this content
Log in

Similar oriya poem from Romance