STORYMIRROR

pranati Mahapatra

Abstract Romance

3  

pranati Mahapatra

Abstract Romance

କେବଳ ଅନୁତାପ

କେବଳ ଅନୁତାପ

1 min
388

କାହିଁକି ବା କରିବି ସଦାସର୍ବଦା ଏତେ 

ଚିନ୍ତନ,ମନନ,ଅନୁଶୀଳନ,

ଓଃ କି ଅନ୍ତର୍ଦାହ ସେ ଜ୍ଵଳନରେ

ଜଳିବାରେ ବି ଆନନ୍ଦ ଥିଲା

ଅପୂର୍ବ ପୁଲକ ଜାଗି ଉଠୁଥିଲା ସେ ଛୁଆଁ ରେ

ମହମହ ବାସ୍ନାରେ ବାସ୍ନାୟିତ ତନୁମନ,

ଆଖିରେ ଆଖିରେ ଇସାରାରେ ଇସାରାରେ

ଦେହମନରେ ରୋମାଞ୍ଚ ।

କ୍ଷଣେ ବି ଆଖିରୁ ଅନ୍ତର କରିବାକୁ ଇଚ୍ଛା ନ ଥିଲା।

ପାଗଳ ପଣ କି।

ବାରମ୍ବାର ପ୍ରଶ୍ନ ଆସେ

କ୍ଷଣିକ ଉତ୍ତେଜନାରେ ଉଭେଇ ଯାଏ ପ୍ରଶ୍ନଗୁଛ

ପାଦ ତଳକୁ ଖସୁ ଖସୁ ରହି ଯାଇଥିଲା

ବୟସ ତ ସେମିତି

ହେଲେ ସେ ସମୟ ସେ ବୟସ

ଆଜି ଅଫେରା

କେବଳ ଅନୁତାପ ।



Rate this content
Log in

Similar oriya poem from Abstract