STORYMIRROR

Satyanarayan Sahoo

Romance Classics Inspirational

4  

Satyanarayan Sahoo

Romance Classics Inspirational

କେବେବି ଲିଭେନା ପ୍ରେମର ରଙ୍ଗ

କେବେବି ଲିଭେନା ପ୍ରେମର ରଙ୍ଗ

1 min
224


କେଡେ ଚମତ୍କାର ଅଟଇ ପ୍ରେମ

ଚିର ଦିନ ରହେ ପ୍ରେମ ବନ୍ଧନ ।

ପ୍ରେମର ରଙ୍ଗକୁ ଲେପିଲେ ଥରେ

ସବୁଦିନ ପାଇଁ ଅଭୁଲା ରହେ ।

ଅଲିଭା ଅକ୍ଷର ଅଟଇ ପ୍ରେମ

କେତେ ତୃପ୍ତି ଭରେ ତା' ଶିହରଣ ।

ଅନୁଭବ ଅନୁଭୂତି ସ୍ପନ୍ଦନ

ପ୍ରେମ ପ୍ରଣୟ ପୁଲକ ପ୍ଲାବନ ।

ଆନନ୍ଦ ଲହରୀ ଖେଳାଇ ଦେଇ

ମାନବୀୟ ଆବେଦନ ସଞ୍ଚାରି ।

ଜୀବନ ଯାତ୍ରାକୁ କରେ ସୁରଙ୍ଗ 

କେବେବି ଲିଭେନା ପ୍ରେମର ରଙ୍ଗ ।

ରସ ରସିଆ ସେ ଅନେକ ଭାବ

ପ୍ରେମ ରଙ୍ଗ ଲାଗି ହୁଏ ଉଦ୍ଭବ ।

ଅନନ୍ୟ ସୁରଭି ଧାରେ ସେ ହସ

କରେ ନାନା ମତେ ସେହି ପ୍ରକାଶ ।

ବସନ୍ତ ଯେ ଅଟେ ପ୍ରେମର ଋତୁ

ଫଗୁ ଖେଳ ଦୋଳ ଉତ୍ସବ ହେତୁ ।

ପ୍ରେମ ମାସ ଏହା ଅଟେ ଫଗୁଣ

ପ୍ରେମ ରଙ୍ଗ ଲାଗି ନହୁଏ ଲୀନ ।


Rate this content
Log in

Similar oriya poem from Romance